ଓଡିଶା

odisha

ETV Bharat / bharat

ମର୍ମନ୍ତୁଦ ସଡକ ଦୁର୍ଘଟଣା: 5 ମୃତ, 3 ଗୁରୁତର

କାଲବୁର୍ଗ ଜିଲ୍ଲା ସାଭାଲାଗି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 5 ମୃତ ଓ ଅନ୍ୟ 3 ଗୁରୁତର ହୋଇଛନ୍ତି ।

By

Published : Aug 27, 2019, 9:38 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବେଙ୍ଗାଲୁରୁ: କାଲବୁର୍ଗ ଜିଲ୍ଲା ସାଭାଲାଗି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 5 ମୃତ ଓ ଅନ୍ୟ 3 ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ପ୍ରାଇଭେଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ ରାସ୍ତାରେ ପାର୍କ ହୋଇଥିବା ଏକ ଟ୍ରକ ସହ କାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁମାନଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବା ସୂଚନା । ମୃତକମାନେ ହେଉଛନ୍ତି ସଞ୍ଜୟ ଚଦାଚନ(29), ରାନୀ ଚଦାଚନ(26), ଶ୍ରେୟସ(3), ଭାଗ୍ୟଶ୍ରୀ(22) ଓ ଧୀରଜ(2) ।

ତେବେ ସୋଲାପୁରରୁ ତିରୁପତି ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details