ଓଡିଶା

odisha

By

Published : May 14, 2020, 10:34 AM IST

ETV Bharat / bharat

ଅଶୁଭ ଗୁରୁବାର: ୟୁପି ଓ ଏମପିରେ ସଡକ ଦୁର୍ଘଟଣା, 14 ପ୍ରବାସୀ ଶ୍ରମିକ ମୃତ

କୋରୋନା ପାଇଁ ଜାରି ରହିଥିବା ଲକଡାଉନରେ ଅସହ୍ୟ ହୋଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ ମାନେ । ସରକାରଙ୍କ ପକ୍ଷରୁ ଟ୍ରେନ ଓ ବସର ସୁବିଧା ହୋଇଥିବା ସତ୍ତ୍ବେ କିଛି ଶ୍ରମିକ ଚାଲି ଚାଲି ଘରକୁ ଫେରୁଛନ୍ତି । ଯାହା ଫଳରେ ରାତିର ଅନ୍ଧାରରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ଉତ୍ତରପ୍ରଦେଶର ମୁଜାଫରନଗର-ସାହାରନପୁର ରାଜ୍ୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ରାତି ପ୍ରାୟ 1ରେ ସମୟରେ 8 ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ବସ ମାଡିଯାଇଥିଲା । ଏହି ସମସ୍ତ ଶ୍ରମିକ ପଞ୍ଜାବରୁ ଚାଲି ଚାଲି ବିହାର ଅଭିମୁଖେ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ 6 ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଉ 2 ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେରଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଶ୍ରମିକ ମାନେ ବିହାର ଗୋପାଳଗଞ୍ଜ ଜିଲ୍ଲାର । ସେମାନେ ଲକଡାଉନ ପାଇଁ ଘରକୁ ନିଜ ଘରକୁ ଯାଇ ପାରିନଥିବାବେଳେ, ବୁଧବାର ରାତିରେ ନିଜ ଘରକୁ ଯିବା ପାଇଁ ପଞ୍ଜାବରୁ ବିହାର ଅଭିମୁଖେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ରୋହାନା ଟୋଲ ପ୍ଲାଜା ନିକଟରେ ମୁଜାଫରନଗରର ଘଲ୍ଲୌଲି ଚେକପୋଷ୍ଟ ପୂର୍ବରୁ ତାଙ୍କ ଉପରେ ଏକ ବସ ଚଢିଯାଇଥିଲା ।

ସିଟି କୋଟୱାଲୀ ପ୍ରଭାରୀ କହିଛନ୍ତି ଯେ, ଦୁର୍ଘଟଣା ପରେ ଡ୍ରାଇଭର ବସ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ତାଙ୍କୁ ଖୋଜା ଚାଲିଛି । ଅନ୍ୟପଟେ ଆହତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି।

ସେହପରି ଗୁରୁବାର ସକାଳୁ ସକାଳୁ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ମଧ୍ୟପ୍ରଦେଶର ଗୁନା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 9 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 55 ଜଣ ଆହତ ହୋଇଛନ୍ତି । ତେବେ ଏକ କଣ୍ଟେନର ସହ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରାତି ପ୍ରାୟ 2 ଟା 30 ସମୟରେ ଗୁନାର କ୍ୟାଣ୍ଟ ଷ୍ଟେସନ ପରିସର ନିକଟରେ ଘଟିଥିଲା ।

ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ସମସ୍ତେ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବାବେଳେ ସେମାନେ ମହାରାଷ୍ଟ୍ରରୁ ନିଜ ରାଜ୍ୟକୁ ଫେରୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବା ମାତ୍ରେ କଣ୍ଟେନରର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ABOUT THE AUTHOR

...view details