ଲକ୍ଷ୍ନୌ: ମଙ୍ଗଳବାର ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବିଲହୌର ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାର ଶିକାର ହୋଇଛି। ଏହି ଟ୍ରକ୍ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ 12 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶରେ ଶ୍ରମିକ ଭର୍ତ୍ତି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଶିଶୁ ମୃତ 12 ଆହତ - migrants truck accident
ମଙ୍ଗଳବାର ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବିଲହୌର ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାର ଶିକାର ହୋଇଛି।
![ଉତ୍ତରପ୍ରଦେଶରେ ଶ୍ରମିକ ଭର୍ତ୍ତି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଶିଶୁ ମୃତ 12 ଆହତ road accident in up](https://etvbharatimages.akamaized.net/etvbharat/prod-images/768-512-7269780-thumbnail-3x2-photojpeg.jpg)
ଶ୍ରମିକ ଭର୍ତ୍ତି ଟ୍ରକ ଦୁର୍ଘଟଣାଗ୍ରସ୍ତ
ବିଲହୌର ପୋଲିସ ଅଧିକାରୀ ଦେବେନ୍ଦ୍ର ମିଶ୍ରା କହିଛନ୍ତି ଯେ ହରିୟାଣାରୁ ପ୍ରାୟ 45 ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗରୁ ଯାଉଥିବା ଏକ ଟ୍ରକ ନାନାମଉ ନିକଟ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଉଭୟ ଟ୍ରକ ଓଲଟି ପଡିଥିଲା। ତେବେ ଆହତମାନଙ୍କୁ ଚିକିତ୍ସା କରାଯାଉଛି।
ପ୍ରକାଶଥାଉକି, ମଙ୍ଗଳବାର ବିହାରର ନାଭାଗାଛିଆରେ ଆଉ ଏକ ସଡକ ଦୁର୍ଘଟଣା ଘଟିଛି। ନାଭାଗାଛିଆରେ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବସ୍ରେ ଥିବା 4 ଜଣ ମଧ୍ୟ ଆହତ ହୋଇଛନ୍ତି।