ଓଡିଶା

odisha

ETV Bharat / bharat

ବସ-ଟ୍ରକ ମୁହାଁମୁହିଁ ଧକ୍କା; 5 ମୃତ, 20 ଆହତ - Road accident in jabalpur

ଉତ୍ତରପ୍ରଦେଶର ବରଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଦୁର୍ଘଟଣା । ବସ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

accident
ବସ ଟ୍ରକ ମୁହାଁ ମୁହିଁ ଧକ୍କା

By

Published : Dec 22, 2019, 3:23 PM IST

ଭୋପାଳ: ଉତ୍ତରପ୍ରଦେଶର ବରଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ବସରେ 55 ଜଣ ଯାତ୍ରୀ ଥିବାବେଳେ ସେଥିମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 3 ଜଣ ପୁରୁଷ, ଜଣେ ମହିଳା ଓ ଜଣେ 8 ବର୍ଷର ବାଳିକା ଥିବା ଜଣାପଡିଛି । ଅନ୍ୟପଟେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନାମୁତାବକ, ପବନ ଏକ୍ସପ୍ରେସ ନାମକ ଏକ ବସ କଟନୀରୁ ଜବଲପୁର ଦେଇ ବାଲାଘାଟ ଯାଉଥିଲା । କିନ୍ତୁ ବରଗୀରେ ନିର୍ମାଣଧୀନ ଏକ ବ୍ରିଜରେ ଗୋଟିଏ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଶନିବାର ରାତି 12ଟା ସମୟରେ ହୋଇଥିଲା । ଧକ୍କା ଏତେ ଯୋରରେ ଥିଲା ଯେ, ବସଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି ।

ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଯାତ୍ରୀ ପୋଲିସକୁ ଫୋନ କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଖବରପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

ABOUT THE AUTHOR

...view details