ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ସ୍କର୍ପିଓ ପିଟିଦେବାରୁ ଘଟଣାସ୍ଥଳରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଛତରପୁରରୁ ପାନ୍ନା ଯାଉଥିଲା ସ୍କର୍ପିଓ ଏବଂ ପାନ୍ନାରୁ ତିନୋଟି ବାଇକରେ ମୃତକମାନେ ଛତରପୁର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସେପଟେ ସ୍କର୍ପିଓ ପ୍ରଥମେ ବାଇକ ସହ ପିଟି ହେବାରୁ ରାସ୍ତା ତଳକୁ 10 ଫୁଟ ଗଭୀରକୁ ସମସ୍ତେ ପଡ଼ିଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକରେ ଯାତ୍ରା କରୁଥିବା ଏକ ଶିଶୁର ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।