ଓଡିଶା

odisha

ETV Bharat / bharat

ଆରକେଏସ ଭଦୋରିଆ ହେଲେ ନୂତନ ବାୟୁସେନା ମୁଖ୍ୟ - ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ ଭଦୌରିଆ

ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୋରିଆ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 30, 2019, 12:15 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୋରିଆ । ଏୟାର ଚିଫ ମାର୍ଶଲ ବିଏସ ଧନୋଆ ନିଜ କାର୍ଯ୍ୟକାଳର ଶେଷ ଦିନରେ ନୂତନ ବାୟୁସେନା ମୁଖ୍ୟଙ୍କୁ ତାଙ୍କ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବେ ରାକେଶ କୁମାର ସିଂହ ଭଦୋରିଆଙ୍କ ନାଁ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୬ ପ୍ରକାରର ଯୁଦ୍ଧ ଏବଂ ପରିବହନ ବିମାନ ଉଡ଼ାଇ ସାରିଛନ୍ତି । ଯେଉଁଥିରେ ରାଫେଲ୍ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମଧ୍ୟ ସାମିଲ୍ ରହିଛି । ଫ୍ରାନ୍ସରୁ ଆମଦାନୀ ହେବାକୁ ଥିବା ରାଫେଲ୍ କ୍ରୟ ଟିମର ଅଧ୍ୟକ୍ଷ ହେଉଛନ୍ତି ସେ ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରାୟ ୪୨୫୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଇଛନ୍ତି ନବନିଯୁକ୍ତ ବାୟୁସେନା ମୁଖ୍ୟ । ଏହା ସହିତ ରାଫେଲ ଯୁଦ୍ଧ ବିମାନ ଉଡାଇଥିବା ଭାରତୀୟ ବାୟୁସେନାର ସେ ହେଉଛନ୍ତି ପ୍ରଥମ ପାଇଲଟ । ସେପଟେ ବାୟୁସେନା ମୁଖ୍ୟ ପଦରୁ ବିଏସ ଧନୋଆ ସୋମବାର ଅବସର ନେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ABOUT THE AUTHOR

...view details