ଓଡିଶା

odisha

ETV Bharat / bharat

ଲାଲୁଙ୍କ 73 ତମ ଜନ୍ମଦିନ, ମନ୍ଦିରରେ ପୂଜାର୍ଚ୍ଚନା କଲେ ତେଜ ପ୍ରତାପ - RJD's Tej Pratap Yadav offered prayers

ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ 73ତମ ଜନ୍ମଦିନ । ଲାଲୁଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପିତାଙ୍କ ପାଇଁ ମନ୍ଦିରରେ ପୂଜା କରିଛନ୍ତି । ପଢନ୍ତୁ ସମ୍ପର୍ଣ୍ଣ ଖବର...

ଲାଲୁଙ୍କ 73 ତମ ଜନ୍ମଦିନ, ପାଟନାସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ତେଜ ପ୍ରତାପ
ଲାଲୁଙ୍କ 73 ତମ ଜନ୍ମଦିନ, ପାଟନାସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ତେଜ ପ୍ରତାପ

By

Published : Jun 11, 2020, 8:58 PM IST

ପାଟନା: ଜୁନ 11, ଆଜି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର 73ତମ ଜନ୍ମଦିନ । କୋରୋନା ମହାମାରୀ ସଙ୍କଟ ଯୋଗୁଁ ହେଲାନି କେକ୍ କଟିଂ । ତେବେ ଆଜିର ଦିନରେ ଯାଦବ ପରିବାର ପକ୍ଷରୁ 72 ହଜାରରୁ ଅଧିକ ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଇଛି । ସେପଟେ ଲାଲୁଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପିତାଙ୍କ ପାଇଁ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି ।

ଲାଲୁଙ୍କ 73 ତମ ଜନ୍ମଦିନ, ପାଟନାସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ତେଜ ପ୍ରତାପ

ପିତା ତଥା ପାର୍ଟି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ 73 ତମ ଜନ୍ମଦିନ ଅବସରରେ ପାଟନାସ୍ଥିତ ଏକ ମନ୍ଦିରରେ ଆରଜେଡି ନେତା ତେଜ ପ୍ରତାପ ଯାଦବ ପ୍ରାର୍ଥନା କରିଛନ୍ତି । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଠାରେ ତେଜ ପ୍ରତାପ ଧଳା ରଙ୍ଗର କୁର୍ତ୍ତା-ପାଇଜାମା ସାଙ୍ଗକୁ ମୁହଁରେ ମାସ୍କ ପିନ୍ଧି ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ ।

ଲାଲୁଙ୍କ 73 ତମ ଜନ୍ମଦିନ, ପାଟନାସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ତେଜ ପ୍ରତାପ

ତେଜ ପ୍ରତାପ କହିଛନ୍ତି, ‘ପିତାଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି । ଏହାସହ ସେ ଖୁବ ଶୀଘ୍ର ଜେଲରୁ ମୁକୁଳି ଯାଇ ସବୁବେଳେ ସୁରକ୍ଷିତ ରୁହନ୍ତି ବୋଲି ମୁଁ ପ୍ରାର୍ଥନା କରିଛି ।’ ତେବେ ତେଜ ପ୍ରତାପ ନିଜ ଟ୍ବିଟର ଆକାଉଣ୍ଟରେ ନିଜ ପିତାଙ୍କ ସହ ପୁରୁଣା ଜନ୍ମଦିନର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ବାର୍ଥଡେ କେକ୍ ଦେଉଥିବାର ନଜର ଆସିଥିଲେ । ସେ ଏହି ଫଟୋ ସେୟାର କରି ଟ୍ବିଟ କରିଛନ୍ତି, ‘ଯିଏ ଜୟପ୍ରକାଶ ନାରାୟଣ ମୁଭମେଣ୍ଟରେ ନେତୃତ୍ବ ନେଇଥିଲେ ଏବଂ ମଣ୍ଡଲ କମିଶନର ଯିଏ ହିରୋ ଥିଲେ ତାଙ୍କୁ ମୋ ତରଫ ରୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।’

ABOUT THE AUTHOR

...view details