ଓଡିଶା

odisha

ETV Bharat / bharat

ପୂର୍ଣ୍ଣିଆ ହତ୍ୟାକାଣ୍ଡ: ନିଜ ବିରୋଧରେ CBI ଯାଞ୍ଚ କରାଇବାକୁ ତେଜସ୍ବୀଙ୍କ ଚ୍ୟାଲେଞ୍ଜ - ପୂର୍ଣ୍ଣିଆ ହତ୍ୟାକାଣ୍ଡ

ପୂର୍ଣ୍ଣିଆ ହତ୍ୟାକାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଚିଠି ଲେଖି ଏହି ମାମଲାରେ ନିଜ ବିରୋଧରେ ସିବିଆଇ ଯାଞ୍ଚ କରାଇବାକୁ ଚ୍ୟାଲେଞ୍ଜ କରିଛନ୍ତି । ଅଧିକ ପଢନ୍ତୁ...

ହତ୍ୟାକାଣ୍ଡ: ନିଜ ବିରୋଧରେ CBI ଯାଞ୍ଚ କରାଇବାକୁ ତେଜସ୍ବୀଙ୍କ ଚ୍ୟାଲେଞ୍ଜ

By

Published : Oct 7, 2020, 8:25 PM IST

ପାଟନା: ବିହାର ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ପୂର୍ଣ୍ଣିଆ ହତ୍ୟାକାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ପୂର୍ଣ୍ଣିଆର ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ବ୍ୟାକ୍‌ଫୁଟରେ ଥିବା ତେଜସ୍ବୀ ଯାଦବ ଏବେ ଏହାକୁ ନେଇ ଆପଣାଇଛନ୍ତି ଆକ୍ରାମକ ଆଭିମୁଖ୍ୟ ।

ଆରଜେଡି ନେତା ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଚିଠି ଲେଖି ଏହି ମାମଲାରେ ନିଜ ବିରୋଧରେ ସିବିଆଇ ଯାଞ୍ଚ କରାଇବାକୁ ଚ୍ୟାଲେଞ୍ଜ କରିଛନ୍ତି । ପୁର୍ନିଆର ଦଳିତ ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ଦାଏର ହୋଇଥିବା ଏଫଆଇଆରରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏବଂ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବଙ୍କ ନାଁ ସାମିଲ ରହିଛି ।

ଗତ ରବିବାର ଆରଜେଡିର ଅନୁସୂଚିତ ଜାତି-ଜନଜାତି ମୋର୍ଚ୍ଚାର ପୂର୍ବତନ ସଚିବ ଶକ୍ତି ମଲିକଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରିଥିଲେ। ମୃତ ଶକ୍ତିଙ୍କ ପତ୍ନୀ ଖୁସବୁ ଦେବୀ ରବିବାର ସନ୍ଧ୍ୟାରେ ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ଅନିଲ କୁମାର ସାଧୁଙ୍କ ସମେତ 6 ଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲେ । ଏମାନେ ଶକ୍ତିଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details