ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଏମିତି ସମୟରେ ପୁଣି ଥରେ ଶାସନକୁ ଫେରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି ) ନେତା ତେଜସ୍ବୀ ଯାଦବ । ଯାହାର ଆରମ୍ଭ ସେ 'ବେରୋଜଗାରୀ ହଟାଅ ଯାତ୍ରା'ରୁ ଆରମ୍ଭ କରିଛନ୍ତି । ରବିବାରଠୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ତେଜସ୍ବୀ ।
ଆଗାମୀ କିଛି ଦିନ ମଧ୍ୟରେ ସେ ଏକ ହାଇଟେକ ବସରେ ଯାତ୍ରା କରି ସାରା ଦେଶ ଭ୍ରମଣ କରିବା ବେରୋଜଗାରୀଙ୍କୁ ମୁଖ୍ୟ ପ୍ରସଙ୍ଗ ପ୍ରଚାର ପ୍ରସାର କରିବେ । ତେବେ ତେଜସ୍ବୀଙ୍କ ବେରୋଜଗାରୀ ହଟାଅ ଯାତ୍ରାକୁ ନେଇ ଅନେକ ବାର ଜନତା ଦଳ ୟୁନାଇଟେଡ(ଜେଡିୟୁ) ତାଙ୍କ ଉପରେ ଆକ୍ରମଣ କରିଛି । ଜେଡିୟୁର ଅଭିଯୋଗ ଅନୁସାରେ ତେଜସ୍ବୀ ଆର୍ଥିକ ହେରଫେର କରି ଏହି ଯାତ୍ରାରେ ବ୍ୟବହାର କରିବାକୁ ଥିବା ହାଇଟେକ ବସ ହାସଲ କରିଛନ୍ତି । ଯାହାକୁ ଆଧାର କରି ରବିବାର ଦଳ ପକ୍ଷରୁ ପାଟଣାର ଅନେକ ଅଞ୍ଚଳରେ ଏକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖା ହୋଇଛି ଯେ ବସଟି ବେରୋଜଗାରୀ ହଟାଅ ଯାତ୍ରା ନୁହେଁ ବରଂ ଟଙ୍କା ଆଦାୟ ଯାତ୍ରାରେ ବାହାରୁଛି ।