ପାଟନା: ବିହାରରେ ବର୍ତ୍ତମାନ ପୋଷ୍ଟର ୱାର ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ ପୋଷ୍ଟର ମାଧ୍ୟମରେ ଟାର୍ଗେଟ କରିଛି ବିରୋଧ ଆରଜେଡି । ଏନେଇ ବିରୋଧି ଦଳ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଚେୟାର ପଛପଟେ ଲୁଚିଥିବାର ଦେଖିବାକୁ ମିଳିଛି ।
ଏହା ସହ ପୋଷ୍ଟରେ ଖାଦ୍ୟ, ରୋଜଗାର, ଶିକ୍ଷା, ବିକାଶ, ସୁରକ୍ଷା, ସ୍ବାସ୍ଥ୍ୟ, ନ୍ୟାୟ କେଉଁଠି ବୋଲି ପ୍ରଶ୍ନ କରାଯାଇଛି । ଶନିବାର ଜେଡିୟୁ ପକ୍ଷରୁ ମଧ୍ୟ ପାଟନାରେ ଏକ ପୋଷ୍ଟର ଲାଗିଥିଲା । ଯେଉଁଥିରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଟାର୍ଗେଟ କରାଯାଇଥିଲା ।