ଓଡିଶା

odisha

By

Published : Jun 24, 2020, 9:42 AM IST

ETV Bharat / bharat

କଟକଣା କୋହଳ ପରେ ବେଲଗାମ ଲୋକେ, ଫେରିପାରେ କୋରୋନା

ଆମେରିକାରେ ଅଧିକାଂଶ ସ୍ଥାନରେ ଲୋକେ ଅଫିସ, ପାର୍କ, ମଲ ଯିବା ଆରମ୍ଭ କରିଥିବାବେଳେ ମାସ୍କ ପିନ୍ଧୁନଥିବା ଏବଂ ସାମାଜିକ ଦୂରତ୍ବ ମାନୁନଥିବା ଦେଖିବାକୁ ମିଳିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

କଟକଣା କୋହଳ ପରେ ମାନୁନାହାନ୍ତି ଲୋକେ, ଫେରିପାରେ କୋରୋନା
କଟକଣା କୋହଳ ପରେ ମାନୁନାହାନ୍ତି ଲୋକେ, ଫେରିପାରେ କୋରୋନା



ସେଣ୍ଟ ପିଟର୍ସବର୍ଗ: ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଦକ୍ଷିଣ ଓ ପଶ୍ଚିମରେ ଅଧିକ ପରିମାଣରେ ସଂକ୍ରମଣ ବାହାରିଛନ୍ତି । ତେବେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ପ୍ରଶାସନ । କାରଣ କୋରୋନା ବିରୋଧରେ ଲଢେଇ କରି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଏବେ ଏହାର ବୃଦ୍ଧି ଘଟିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବିଶେଷ କରି ଅଧିକାଂଶ ଜାଗାରେ ଲୋକେ ଅଫିସ, ପାର୍କ, ମଲ ଯିବା ଆରମ୍ଭ କରିଥିବାବେଳେ ମାସ୍କ ପିନ୍ଧୁନଥିବା ଏବଂ ସାମାଜିକ ଦୂରତ୍ବ ମାନୁନଥିବା ଦେଖିବାକୁ ମିଳିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଦୀର୍ଘ ତିନି ମାସ ଧରି ଏହି ମହାମାରୀ ବିରୋଧରେ ଲଢି ମିଳିଥିବା ସାମାନ୍ୟ ଆଶ୍ବସ୍ତି ଏବେ ପୁଣି ହାତରୁ ଖସିଯାଉଥିବା ଆମେରିକା ବିଶେଷଜ୍ଞମାନେ କହିଛନ୍ତି । ଗତ ଦେଢ ମାସ ହେବ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସରକାର ବିଭିନ୍ନ ଜାଗାରେ କଟକଣା କୋହଳ କରିଥିଲେ । ହେଲେ ଏହା ଏବେ ସରକାରଙ୍କ ପାଇଁ ବୁମେରାଂ ପାଲଟିଛି ।

ପ୍ରକୃତରେ ଏହି କୋହଳ ପରେ ବିଭିନ୍ନ ସହରରେ କୋଭିଡ 19 ପଜିଟିଭ ଅଧିକ ଚିହ୍ନଟ ହୋଇଛନ୍ତି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ପୂର୍ବରୁ ଅନୁମାନ କରିଥିଲେ ଯାହା ସତ ପ୍ରମାଣିତ ହୋଇଛି । ରିପୋର୍ଟ ଅନୁସାରେ ଫ୍ଲୋରିଡାରେ ଗତ କିଛି ଦିନ ମଧ୍ୟରେ ବିପୁଳ ପରିମାଣରେ ସଂକ୍ରମଣ ବାହାରିବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଛି । ସେହିପରି ହୋଷ୍ଟନ ଏବଂ ଜର୍ଜିଆରେ ଲୋକ ଅଧିକ ସଂଖ୍ୟାରେ ହଠାତ୍ ହସ୍ପିଟାଲରେ ଭର୍ତ୍ତି ହେବା ଆରମ୍ଭ କରିଛନ୍ତି । ଆରିଜୋନାରେ ପ୍ରତି 5 ଜଣରେ ଜଣେ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛି ।

ଗତ ସପ୍ତାହର ଶେଷ ଆଡକୁ ଏହି ସଂକ୍ରମଣ ଚାରିଆଡେ ଖେଳିଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ୟାମ୍ପେନ ରାଲିର ସଦସ୍ୟଙ୍କ ସମେତ ସାଉଥ୍ କାରୋଲିନାରେ 23 ଜଣ କ୍ଲେମସନ ୟୁନିଭର୍ସିଟିର ଫୁଟବଲ ଖେଳାଳି ମଧ୍ୟ କୋରୋନା ପଜିଟିଭ ସ୍ପଷ୍ଟ ହୋଇଥିଲେ । ସେହିପରି ସଂକ୍ରମଣଙ୍କ ସଂସ୍ପର୍ଶରେ ଆସିବା ପରେ ଅତିକମରେ ଲୌସିଆନା ଷ୍ଟେଟ ୟୁନିଭର୍ସିଟିର 30 ଜଣ ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଟେକ୍ସାସର ଅଧିକ ପ୍ରଦେଶରେ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହେଉଛନ୍ତି । ଦୁଇ ସପ୍ତାହ ତଳେ ଦେଶରେ ଗୋଟିଏ ଦିନରେ ଆକ୍ରାନ୍ତ 21 ହଜାର ବାହାରୁଥିବାବେଳେ ଏବେ ଏହା 26 ହଜାର ହୋଇଛି । ଗୋଟିଏ ମାସ ମଧ୍ୟରେ ଜର୍ଜିଆରେ କୋରୋନାଜନିତ ମୃତ୍ୟୁ ହଜାରେ ପହଞ୍ଚିଛି । ଯେବେକି କଟକଣାବେଳେ ଏହା ଖୁବ୍ କମ ରହିଥିଲା । ସେହିପରି ବିଭିନ୍ନ ଜାଗାରେ ଖୋଲିଥିବା ବାରରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି । ଆର୍ଥିକ ସ୍ଥିତି ସୁଧାରିବାକୁ ଆମେରିକାର ସମସ୍ତ ଜାଗାରେ କଟକଣା କୋହଳ ହୋଇଛି । ହେଲେ ଏହା ଦ୍ବିତୀୟ ପର୍ଯ୍ୟାୟରେ ଦେଶରେ କୋଭିଡ 19 ପଜିଟିଭ ବଢିବାରେ ସାହାଯ୍ୟ କରିଛି ।

ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ବିଭିନ୍ନ ଷ୍ଟେଟର ଗଭର୍ଣ୍ଣର ପ୍ରସ୍ତାବ ଦେଇଛନ୍ତି । ମଲ, ବାର, ପାର୍କରେ ଲୋକମାନେ ସାମାଜିକ ଦ୍ବରତ୍ବ ମାନୁନଥିବା ଦେଖାଯାଇଛି । ଯାହା ଅଧିକ ବିପଦର କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କ ହେବାର ରହିଛି । ନହେଲେ ଆଗାମୀ ଦିନରେ ଲକଡାଉନ ପୁଣି ଜାରି ହେଲେ ସ୍ଥିତି ଅଧିକ ବିଗିଡିଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାସହ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଅଟକାଇବା ଅଧିକ କଷ୍ଟକର ହୋଇପଡିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details