ବାରାଣାସୀ: ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ସହ ବାରାଣାସୀର ସାଂସଦ । ସେଥିପାଇଁ ନରେନ୍ଦ୍ର ମୋଦି ପ୍ରତ୍ୟେକ ବାରଣାସୀ ବ୍ୟକ୍ତି ସହ ବ୍ୟକ୍ତିଗତ ଭାବେ ଜଡିତ । ଏଭଳି ସ୍ଥିତି ଆଜି ତାଙ୍କ ଜନ୍ମଦିନ ଅବସରରେ ସମସ୍ତେ ନିଜ ନିଜ ସ୍ତରରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛତା ଅଭିଯାନ ଦ୍ବାରା ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଗ୍ରାମ୍ୟ ତଥା ଆଦର୍ଶ ଗ୍ରାମ ଡୋମରିରେ ରହୁଥିବା ମଙ୍ଗଲ କେୱଟ ଅନନ୍ୟ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ରାଜଘାଟ ସେତୁକୁ ବେଲୁନରେ ସଜାଇ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇ ସମସ୍ତଙ୍କୁ ଲଡୁ ବଣ୍ଟନ କରି ମୋଦିଙ୍କ ଜନ୍ମଦିନ ପାଳନ କରିଛନ୍ତି ।
ମଙ୍ଗଲ କେୱଟ ପ୍ରତ୍ୟେକ ଦିନ ନିଃସ୍ବାର୍ଥପର ଭାବରେ ରାଜଘାଟ ବ୍ରିଜକୁ ସଫା କରୁଛନ୍ତି । ଲୋକଙ୍କୁ ସ୍ବଚ୍ଛତା ଅଭିଯାନରେ ଯୋଗଦେବାକୁ ମଧ୍ୟ ଉତ୍ସାହିତ କରିଥାନ୍ତି । ଗରିବ ପରିବାରର ମଙ୍ଗଲ ପେଶାରେ ଜଣେ ରିକ୍ସା ଚାଳକ । କେବଳ ସକାଳେ ଏବଂ ସନ୍ଧ୍ୟାରେ ବ୍ରିଜ୍ ସଫା କରିବା ପରେ ମଧ୍ୟାହ୍ନରେ ସେ ପରିବାରର ଓ ନିଜର ପେଟ ଚଳାଇବା ପାଇଁ ରିକ୍ସା ଚଳାନ୍ତି ।