ରାୟପୁର : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଦୁ୍ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ । ଗାୟଥା ମାଧବୀ ନାମକ ଜଣେ ଶୁକ୍ରବାର ଜଗଦଲପୁରରେ ବସ୍ତର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ତା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।
ଗାୟଥା ମାଧବୀ ଗତ 12 ବର୍ଷ ଧରି ନକ୍ସଲ ସଂଗଠନ ସହ ଜଡିତ ଥିଲା । 2012 ରେ ତାକୁ ନକ୍ସଲମାନଙ୍କ ଦ୍ବାରା କାଟେକାଲିଆନ୍ କ୍ଷେତ୍ର କମିଟିର ଜନ ମିଲିସିଆ କମାଣ୍ଡର ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ସରକାରଙ୍କ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ସେ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ପୋଲିସ ଅଧୀକ୍ଷକ ତାକୁ 10,000 ଟଙ୍କା ଚେକ୍ ଦେଇ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।