ଓଡିଶା

odisha

ETV Bharat / bharat

କାଶ୍ମୀରରୁ କନ୍ୟାକୁମାରୀ...ଏକ ହେଲା ଭାରତ - article 370

ଗୋଟିଏ ଦେଶରେ ଉଡିବ ଗୋଟିଏ ପତାକା । ଜମ୍ମୁ କାଶ୍ମୀରରୁ ହଟିଲା ଧାରା 370 । ଐତିହାସିକ ପଦକ୍ଷେପ ନେଲେ ମୋଦି ସରକାର । ରାଜ୍ୟ ମାନ୍ୟତା ହରାଇ କେନ୍ଦ୍ର ଶାସିତ ଅଞ୍ଚଳ ସାଜିଲା ଜମ୍ମୁ କାଶ୍ମୀର । ବିନା ବିଧାନସଭାରେ ୟୁନିଅନ ଟେରିଟୋରି ତାଲିକାରେ ଯୋଡି ହେଲା ଲାଦାଖ ।

ଡିଜାଇନ ଫଟୋ

By

Published : Aug 5, 2019, 11:17 PM IST

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରୁ ଉଚ୍ଛେଦ ହେଲା ଧାରା 370 । ଗୋଟିଏ ଦେଶରେ ଉଡିବ ଗୋଟିଏ ପତାକା । ବିଧାନସଭା କାର୍ଯ୍ୟକାଳ 6 ବର୍ଷ ପରିବର୍ତ୍ତେ ରହିବ 5 ବର୍ଷ । ଆଉ ଉଡିବନି ଜମ୍ମୁର ସ୍ବତନ୍ତ୍ର ପତାକା । ଅନ୍ୟ ରାଜ୍ୟର ନାଗରିକ ଜମ୍ମୁ କାଶ୍ମୀରରେ କିଣିପାରିବେ ସମ୍ପତ୍ତି । ଲାଗୁ ହେବ ଭାରତୀୟ ସମ୍ବିଧାନର ଧାରା 356 ଓ ଆରଟିଆଇ ଆଇନ । ଦ୍ବୈତ ନାଗରିକତ୍ବର ଫାଇଦାରୁ ବଞ୍ଚିତ ହେବେ ଘାଟିବାସିନ୍ଦା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅଗଷ୍ଟ 2 ତାରିଖ ଅପରାହ୍ନ 3ଟା... ଅମରନାଥ ଯାତ୍ରା ରଦ୍ଦରୁ ଆରମ୍ଭ ହେଲା ଅପରେସନ ଧାରା 370 ଉଚ୍ଛେଦ । ରାଜ୍ୟ ବାହାରୁ ଅମରନାଥ ଯାତ୍ରାରେ ବାହାରିଥିବା ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଜାରି ହେଲା ନିର୍ଦ୍ଦେଶନାମା । ଅଗଷ୍ଟ 4 ମଧ୍ୟରାତ୍ରିରେ ପ୍ଲାନ ହେଲା 370 ଉଚ୍ଛେଦ ମିଶନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁହ୍ଲା, ମେହବୁବା ମୁଫତିଙ୍କୁ କରାଗଲା ଗୃହବନ୍ଦୀ । ପିଏମ ମୋଦି ଡାକିଲେ ଉଚ୍ଚସ୍ତରୀୟ ବୈଠକ । ଘାଟିରେ ଜାରି ହେଲା 144 ଧାରା । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ କାଶ୍ମୀରରେ କେବୁଲ ଟିଭି ପ୍ରସାରଣରେ ଲାଗିଲା ରୋକ । ରାଜ୍ୟସଭାରେ 370 ଉଚ୍ଛେଦ ନେଇ ବିବୃତି ରଖିଲେ ଗୃହମନ୍ତ୍ରୀ ଅମିତ ଶାହ ।

ବିଲକୁ ସମର୍ଥନ କଲେ ବିଜେପି, ବିଜେଡି, AIADMK, BSP, YSRC ଓ ଶିବସେନା । ବିଲ ବିରୁଦ୍ଧରେ ଗୃହରେ ହଙ୍ଗାମା କରିଥିଲେ ପିଡିପି, କଂଗ୍ରେସ ଓ ଜେଡିୟୁ । ଘାଟିରୁ 370 ଉଚ୍ଛେଦ ନିଷ୍ପତ୍ତି ପରେ ତାତିଲା ପାକିସ୍ତାନ । କାଶ୍ମୀର ପାଇଁ ଭାରତର ଏହା ଏକତରଫା ନିଷ୍ପତ୍ତି ବୋଲି ବିଶ୍ବ ଦରବାରରେ ଗର୍ଜୁଛି ପାକିସ୍ତାନ ।

ସେପଟେ କାଶ୍ମୀର ସ୍ଥିତି ପରଖିବା ପାଇଁ ଘାଟି ଗସ୍ତ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆସନ୍ତା 7 ତାରିଖରେ ବି କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ପିଏମ ମୋଦି । 370କୁ ଆଧାର କରି ଦେଶର ଅଖଣ୍ଡତା, ଏକତାକୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ମୋଦି-ଶାହ ଯୋଡି ଜବାବ ଦେଇଥିବା ନେଇ ଚାଲିଛି ଚର୍ଚ୍ଚା ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details