ଓଡିଶା

odisha

ETV Bharat / bharat

ଘରୋଇ କପଡାରୁ ପ୍ରସ୍ତୁତ ମାସ୍କ ଭାଇରସକୁ ବ୍ୟାପିବାରୁ ରକ୍ଷା କରେ: ରିସର୍ଚ୍ଚ - କୋରୋନା ଭାଇରସ

ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ସାଧାରଣ ଘରୋଇ କପଡାରୁ ପ୍ରସ୍ତୁତ ମାସ୍କ ମଧ୍ୟ କୋରୋନା ଭାଇରସ ସଂକ୍ରମଣକୁ ବ୍ୟାପିବାରୁ ରୋକିବାରେ ସାହାଯ୍ୟ କରିଥାଏ।

ଘରୋଇ କପଡାରୁ ପ୍ରସ୍ତୁତ ମାସ୍କ ଭାଇରସକୁ ବ୍ୟାପିବାରୁ ରକ୍ଷା କରେ
ଘରୋଇ କପଡାରୁ ପ୍ରସ୍ତୁତ ମାସ୍କ ଭାଇରସକୁ ବ୍ୟାପିବାରୁ ରକ୍ଷା କରେ

By

Published : Sep 20, 2020, 5:10 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ସାଧାରଣ ଘରୋଇ କପଡାରୁ ପ୍ରସ୍ତୁତ ମାସ୍କ ମଧ୍ୟ କୋରୋନା ଭାଇରସ ସଂକ୍ରମଣକୁ ବ୍ୟାପିବାରୁ ରୋକିବାରେ ସାହାଯ୍ୟ କରିଥାଏ।

ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି ଯେ ଏହି ମାସ୍କଗୁଡ଼ିକ ସେହି ଡ୍ରପଲେଟ୍ସ (ଛେପ)କୁ ରୋକିବାରେ ପ୍ରଭାବୀ ହେବ । ଯାହା କହିବା, କାଶ ଏବଂ ଛିଙ୍କରୁ ନିର୍ଗତ ହୋଇଥାଏ । ଏପରିକି ସିଙ୍ଗଲ ଲେୟର ମାସ୍କ ମଧ୍ୟ ଏଥିପାଇଁ ସହାୟକ ହୋଇଥାଏ ।

ଏକ୍ସଟ୍ରିମ ମେକାନିକ୍ସ ଲେଟର୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ରିସର୍ଚ୍ଚରମାନେ ଡ୍ରପଲେଟ୍ସ ରୋକିବାରେ ସାଧାରଣ ଘରୋଇ କପଡାର ପ୍ରଭାବକୁ ପରୀକ୍ଷା କରିଥିଲେ। ଏଥିସହ ଏଥିରେ ନୂଆ ଏବଂ ବ୍ୟବହୃତ କପଡା, ବେଡସିଟ୍ ଆଦି ସାମଗ୍ରୀ ପରୀକ୍ଷା କରାଯାଇଥିଲା ।

ଏରୋସୋଲ୍ କଣିକା ଗୁଡିକ ସାଧାରଣତଃ 5 ମାଇକ୍ରୋମିଟରରୁ କମ୍ ରୂପରେ ଶ୍ରେଣୀଭୁକ୍ତ କରାଯାଇଥାଏ । ଏଥିରେ ଶହ ଶହ ନାନୋମିଟର ପରିସର ଥାଏ । ତଥାପି ବଡ଼ ଡ୍ରପଲେଟ୍ସ ପ୍ରାୟ ଏକ ମିଲିମିଟର ବ୍ୟାସ ପର୍ଯ୍ୟନ୍ତ ବ୍ୟାପିଥାଏ । ତେବେ ଯେତେବେଳେ ଜଣେ ବ୍ୟକ୍ତି କଥାବାର୍ତ୍ତା କରନ୍ତି କିମ୍ବା କାଶ ଏବଂ ଛିଙ୍କିଥାନ୍ତି ସେହିସମୟରେ ଡ୍ରପଲେଟ୍ସ ବାହାରି ଥାଏ ।

ତେବେ ବଡ ଡ୍ରପଲେଟ୍ ଏକ ସମସ୍ୟା ସୃଷ୍ଟି କରେ । କାରଣ ଏହା ଛୋଟ ଛୋଟ ଡ୍ରପଲେଟରେ ଭାଙ୍ଗି ବାୟୁବାହୀ ହୋଇପାରେ । ରିସର୍ଚ୍ଚରଙ୍କ ଅନୁଯାୟୀ, ମାସ୍କ ସର୍ବଦା ଆରାମଦାୟକ ହେବା ଆବଶ୍ୟକ । ରିସର୍ଚ୍ଚରଙ୍କ ଟିମ୍ 11 ଟି ସାଧାରଣ ଘରୋଇ କପଡାର ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଛେପ ବୁନ୍ଦା ରୋକିବା କ୍ଷମତାକୁ ପରୀକ୍ଷା କରିଥିଲେ ।

ଆମେରିକାର ଇଲିନୋଇସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ତାହିର ସୈଫ କହିଛନ୍ତି ଯେ, ଆମେ କେବଳ କପଡା ମାଧ୍ୟମରେ ବାୟୁ ପ୍ରବାହର ହାର ମାପିଥିଲୁ। ତେବେ ଏଥିରେ ଛେପ ବୁନ୍ଦା ରୋକିବା କ୍ଷମତାକୁ ପରୀକ୍ଷା କରିବା ସାମାନ୍ୟ ଜଟିଳ ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଜାଣିବାକୁ ପାଇଲୁ ପରୀକ୍ଷା କରାଯାଇଥିବା ସମସ୍ତ କପଡା ଉଚ୍ଚ ୱେଲସିଟି 100 ନାନୋମିଟର କଣିକାର ଡ୍ପପଲେଟ ରୋକିବାରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ଟି-ସାର୍ଟ ଭଳି କପଡା ମଧ୍ୟ ଏହି ଡ୍ରପଲେଟକୁ ରୋକିବାରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

ABOUT THE AUTHOR

...view details