ନୂଆଦିଲ୍ଲୀ: ଆଜିଠୁ ଠିକ 3 ମାସ ପରେ ଅବସର ଗ୍ରହଣ କରିବେ ଭାରତର ମୁଖ୍ୟ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ । ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରିବେ । ମାତ୍ର 11 ମାସ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବା ସେ ଏହି ପଦରୁ ଅବସର ଗ୍ରହଣ କରିବେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@IANS ତେବେ ଏହି 3 ମାସ ମଧ୍ୟରେ ତାଙ୍କ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ । ସେଥି ମଧ୍ୟରୁ ପ୍ରମୁଖ 3ଟି ମାମଲାର ଶୁଣାଣି କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମୁଖ୍ୟ ବିଚାରପତିଙ୍କ ପାଇଁ ଅଯୋଧ୍ୟା ବିବାଦ ମାମଲା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ମୁଖ୍ୟ ବିଚାରପତି 5 ଜଣିଆ ଖଣ୍ଡପୀଠ ଗଠନ କରି ଏହି ମାମଲାର ଶୁଣାଣି ଖୁବ ଶୀଘ୍ର କରିବାକୁ ନିର୍ଦେଶ ଦେବା ସହ ପ୍ରୟାସ ଜାରି ରଖିଛନ୍ତି ।
ସେହିଭଳି କେରଳର ସାବରୀମାଳା ମାମଲା ମଧ୍ୟ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଲଗାଇଥିବା ବେଳେ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ତେବେ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ବିଚାରପତି ଗୋଗୋଇଙ୍କ ଉପରେ ନ୍ୟସ୍ତ ରହିଛି ।
ସେପଟେ 'ମେଜର ଚୌକିଦାର ଚୋର ହେ' ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ମାମଲା ସୁପ୍ରିମକୋର୍ଟ ଗଡ଼ୁଛି । ଯାହାର ନିଷ୍ପତ୍ତି ଏବେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଉପରେ ରହିଛି । ଗତ ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାତ୍ସଲ୍ୟ କରି ଏହି ମନ୍ତବ୍ୟ ଦେଇଥିଲେ ।
ଏହି ତିନୋଟି ମାମଲା ସହିତ ଅନ୍ୟାନ୍ୟ ମାମଲାର ବିଚାର କରିବା ପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଉପରେ ଦାୟିତ୍ବ ରହିଛି । କାର୍ଯ୍ୟକାଳ ମଧ୍ୟରେ ଆସିଥିବା ବିବାଦ ଓ ବେଞ୍ଚ ଫିକ୍ସିଂର ସମାଧାନ ଦାୟିତ୍ବ ମଧ୍ୟ ପ୍ରଧାନବିଚାରପତିଙ୍କ ଉପରେ ନ୍ୟସ୍ତ ରହିଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଚାରପତି ଗୋଗୋଇ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ଫଳାଫଳ ଆସିଥାନ୍ତା ବୋଲି ଜଣାପଡ଼ିଛି । ମାତ୍ର ଏହା ମଧ୍ୟରେ ଧାରା 370 ଉଚ୍ଛେଦ ଓ ଏହା ସହ ସମ୍ପୃକ୍ତି କିଛି ମାମଲା ସାମ୍ନାକୁ ଆସିବାରୁ ଅଯୋଧ୍ୟା ମାମଲାର ଶୁଣାଣିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି ।
ତେବେ ଏହି ବହୁ ଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ମାମଲାର ଶୁଣାଣି ଜାରି ରହିଥିବା ବେଳେ ଆହ୍ଲାବାଦ ମାମଲା ସହ ଜଡ଼ିତ ଥିବା ସମସ୍ତ ପ୍ରମାଣକୁ 6 ହଜାର ଖଣ୍ଡ ପୃଷ୍ଠାରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ।
ସାବରୀମାଳା ବିବାଦ
ସେହିପରି ଅନ୍ୟ ଏକ ମାମଲା ହେଉଛି ସାବରୀମାଳା ବିବାଦ । ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଗତବର୍ଷ ସେପ୍ଟେମ୍ବର 28 ତାରିଖରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ତତ୍କାଳୀନ ମୁଖ୍ୟ ବିଚାରପତି ଦିପକ ମିଶ୍ରଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା । ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ନେଇଥିଲେ । ତେବେ ଏହି ଖଣ୍ଡପୀଠ ମାମଲା ସମୀକ୍ଷା କରିବା ପରେ ଏହାର ନିଷ୍ପତ୍ତିକୁ ଶୁଣାଇବ ବୋଲି କହିଥିଲା ।
ସେପଟେ ଅଯୋଧ୍ୟା ଓ ସାବରୀମାଳା ମନ୍ଦିର ମାମଲାର ନିଷ୍ପତ୍ତି ବହୁ ଗୁରୁତ୍ତ୍ବପୂର୍ଣ୍ଣ ଅଟେ । କାରଣ ଏହି ଦୁଇଟି ମାମଲା ଅନେକ ଲୋକଙ୍କ ଭାବାବେଗ ସହିତ ଜଡ଼ିତ ରହିଛି ।