ଓଡିଶା

odisha

ETV Bharat / bharat

60 ବର୍ଷରେ ଅବସର ନେବେ କେନ୍ଦ୍ରୀୟ ସୁରକ୍ଷାକର୍ମୀ - କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ

ଏଣିକି କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କ ଅବସର ସମୟ ସାମା 60 ବର୍ଷକୁ ବୃଦ୍ଧି କରାଯିବ। ଏନେଇ ଏକ ସରକାରୀ ନିର୍ଦ୍ଦେଶ ଦ୍ୱାରା ସୂଚନା ଦିଆଯାଇଛି। ପୂର୍ବରୁ ସରକାରଙ୍କ କିଛି ପଦରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଅବସର ସମୟ ସୀମା 57 ଥିଲା ।

ଫାଇଲ ଫଟୋ

By

Published : Aug 20, 2019, 12:09 PM IST

Updated : Aug 20, 2019, 12:44 PM IST

ନୂଆଦିଲ୍ଲୀ: ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ କାର୍ଯ୍ୟରତ କର୍ମଚାରୀଙ୍କ ଅବସର ସମୟ ସାମା 60 ବର୍ଷକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପୋଲିସ ବଳ, ସୀମା ସୁରକ୍ଷା ବଳ, ଭାରତ-ତିବ୍ବତ ସୀମା ପୋଲିସ, ସଶସ୍ତ୍ର ସୀମା ବଳର ସବୁ କର୍ମଚାରୀଙ୍କ ଅବସର ବୟସ 60 ବର୍ଷକୁ ବୃଦ୍ଧି କରିବାକୁ ନେଇ ଏକ ସରକାରୀ ଆଦେଶ ଯୋଗେ ସୂଚନା ଦିଆଯାଇଛି ।

ପୂର୍ବରୁ କିଛି ପଦରେ କର୍ମଚାରୀ ଓ ଅଧିକାରୀଙ୍କ ଅବସର ସମୟ ସୀମା 57 ବର୍ଷ ଥିଲା । ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ଜାନୁଆରୀର ସେହି ମାମଲା ସହିତ ଜଡିତ ଯେଉଁଥିରେ କେନ୍ଦ୍ରୀୟ ପୋଲିସ ବଳ, ସୀମା ସୁରକ୍ଷା ବଳ, ଭାରତ-ତିବ୍ବତ ସୀମା ପୋଲିସ, ସଶସ୍ତ୍ର ସୀମା ବଳର ଅବସରର ଭିନ୍ନ ଭିନ୍ନ ବୟସସୀମା ନୀତିକୁ ଭେଦଭାବ ପୂର୍ଣ୍ଣ ଓ ଅସମ୍ବିଧାନିକ ଦର୍ଶାଇଥିଲା। ଅଦାଲତର ଆଦେଶକୁ ଅନୁପାଳନ କରିବା ସହିତ ନିୟମର ପ୍ରାବଧାନରେ ପରିବର୍ତ୍ତନ କରିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

Last Updated : Aug 20, 2019, 12:44 PM IST

ABOUT THE AUTHOR

...view details