ଓଡିଶା

odisha

ETV Bharat / bharat

ଗ୍ରାହକଙ୍କୁ 20 ଲକ୍ଷ ଠକିଲେ ପୋଷ୍ଟ ମାଷ୍ଟର, ମାମଲା ରୁଜୁ

ଲକ୍ଷ୍ନୌ ଇଟାୱାର ନିୟୁସିଟି ସ୍ଥିତ ଏକ ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ନାଁରେ ଗ୍ରାହକଙ୍କୁ ଠକିବା ଅଭିଯୋଗ ।

By

Published : May 29, 2019, 7:25 AM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଠକେଇ ଅଭିଯୋଗରେ ଜନୈକ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍ଷ୍ନୌ ଇଟାୱାର ନିୟୁସିଟି ସ୍ଥିତ ଏକ ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ନାଁରେ ଗ୍ରାହକଙ୍କୁ ଠକିବା ଅଭିଯୋଗ ଆସିଛି । ପ୍ରାୟ 19 ଲକ୍ଷ 57 ହଜାର ଟଙ୍କା ଗ୍ରାହକଙ୍କ ଖାତାରୁ ଉଠାଇଥିବା ଅଭିଯୋଗରେ ଲକ୍ଷ୍ନୌ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ମାମଲା ଅନୁସାରେ, ନରେନ୍ଦ୍ର ସ୍ବାଇଁ ଚୌହାନ ନାମକ ବ୍ୟକ୍ତି ଜଣକ 2014 ରୁ 2018 ମଧ୍ୟରେ ଇଟାୱା ନିୟୁସିଟି ସ୍ଥିତ ଏକ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ଆଉ ଏହି ସମୟସୀମା ମଧ୍ୟରେ ସେ ଜାଲିଆତି କରି ତିନି ଜଣ ଜମାକାରୀଙ୍କ ଠାରୁ 9ଲକ୍ଷ, 8ଲକ୍ଷ 20 ହଜାର ଓ 2ଲକ୍ଷ 37 ହଜାର 708 ଟଙ୍କା ଅର୍ଥାତ୍ ମୋଟ 19 ଲକ୍ଷ 57 ହଜାର ଟଙ୍କା ହଡପ କରିଥିଲେ ।

ପୋଷ୍ଟ ମାଷ୍ଟର ଜଣକ ଟଙ୍କା ଉଠାଣ ପରେ ଚଞ୍ଚକତା କରି ଉଠାଇ ଥିବା ମୂଲ୍ୟର ରାଶିକୁ ଗ୍ରାହକଙ୍କ ଖାତାରେ ଜାଲିଆତି କରି
ପକେଇ ଦେଉଥିଲେ । ଯେତେବେଳେ କି ବାସ୍ତବରେ ଜମାକାରୀମାନେ ସେହି ଟଙ୍କା ଉଠାଇ ନଥାନ୍ତି । ତେବେ ପ୍ରାରମ୍ଭିକ ତଦନ୍ତ ପରେ ଜାଲ ହସ୍ତାକ୍ଷର କରି ଟଙ୍କା ଉଠାଣ ହୋଇଥିବା ଜଣାପଡିବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ABOUT THE AUTHOR

...view details