ଓଡିଶା

odisha

ETV Bharat / bharat

ଲୋକସଭା ସଚିବ ହେଲେ ଅବସରପ୍ରାପ୍ତ ଆଇଏଏସ ଉତ୍ପଳ ସିଂ - Retired IAS officer Utpal Kumar Singh

1986 ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଉତ୍ପଳ କୁମାର ସିଂ । ଶୁକ୍ରବାର ଦିନ ଲୋକସଭାରେ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ସେପ୍ଟେମ୍ବର 1 ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ।

ଲୋକସଭା ସଚିବ ହେଲେ ଅବସରପ୍ରାପ୍ତ ଆଇଏଏସ ଉତ୍ପଳ ସିଂ
ଲୋକସଭା ସଚିବ ହେଲେ ଅବସରପ୍ରାପ୍ତ ଆଇଏଏସ ଉତ୍ପଳ ସିଂ

By

Published : Aug 29, 2020, 7:03 AM IST

ଡେରାଡୁନ : ଲୋକସଭା ସଚିବ ଭାବେ ନିଯୁକ୍ତ ହେଲେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଉତ୍ପଳ ସିଂ । ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ନିଯୁକ୍ତ କରିଛନ୍ତି । ସେପ୍ଟେମ୍ବର 1 ରୁ କାର୍ଯ୍ୟର ଦାୟିତ୍ବ ନେବେ । ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ତାଙ୍କ ନିଯୁକ୍ତିର ବିସ୍ତୃତ ସର୍ତ୍ତାବଳୀ ପରେ ପ୍ରଦାନ କରାଯିବ।

ଲୋକସଭା ସଚିବ ହେଲେ ଅବସରପ୍ରାପ୍ତ ଆଇଏଏସ ଉତ୍ପଳ ସିଂ

ଶୁକ୍ରବାର ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ, “ ସେପ୍ଟେମ୍ବର 17, 2020 ଠାରୁ ପେ ମାଟ୍ରିକ୍ସ ଲେବଲ୍ 17 ରେ ଚୁକ୍ତିଭିତ୍ତିକ ଭିତ୍ତିରେ ସେକ୍ରେଟାରୀ ଭାବେ ଉତ୍ପଳ କୁମାର ସିଂ, ଆଇଏଏସ (ଅବସରପ୍ରାପ୍ତ) ଭାବେ ନିଯୁକ୍ତି ପାଇଛନ୍ତି । ଏହାକୁ ନେଇ ବାଚସ୍ପତି ଆନନ୍ଦିତ ଥିବା ଜଣାପଡିଛି ।

ଉତ୍ପଳ ସିଂ ଝାଖଣ୍ଡର ଜାମୁଇର ମୂଳ ବାସିନ୍ଦା । 1986 ବ୍ୟାଚ୍ ର IAS ଅଧିକାରୀ ପୂର୍ବରୁ ସେ ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଥିଲେ। ସେ ଚଳିତ ବର୍ଷ ଜୁଲାଇ 31 ରେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ପଦରୁ ଅବସର ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details