ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ଅବସରପ୍ରାପ୍ତ ମହିଳା ଇନସ୍ପେକ୍ଟର ଦାନ କଲେ 1.10 କୋଟି ଟଙ୍କା - କୋରୋନା ଯୁଦ୍ଧ

କୋରୋନା ଲେଢେଇରେ ନିଜ ଜୀବନର ସଞ୍ଚିତ ଅର୍ଥ ପିଏମ ରିଲିଫ ପାଣ୍ଠି ଏବଂ ୟୁପି କୋଭିଡ ରିଲିଫ ପାଣ୍ଠିକୁ ଦାନ କଲେ ଉତ୍ତରପ୍ରଦେଶର ଅବସରପ୍ରାପ୍ତ ମହିଳା ଇନସ୍ପେକ୍ଟର । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ଅବସରପ୍ରାପ୍ତ ମହିଳା ଇନ୍ସପେକ୍ଟର ଦାନ କଲେ 1.10 କୋଟି ଟଙ୍କା
କୋରୋନା ମୁକାବିଲା: ଅବସରପ୍ରାପ୍ତ ମହିଳା ଇନ୍ସପେକ୍ଟର ଦାନ କଲେ 1.10 କୋଟି ଟଙ୍କା

By

Published : Jun 14, 2020, 10:27 AM IST

ଲକ୍ଷ୍ନୌ: କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ ସମୟରେ ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ମହିଳା ଇନସ୍ପେକ୍ଟର ତାଙ୍କ ଜୀବନକାଳରେ ସଞ୍ଚୟ କରିଥିବା 1.10 କୋଟି ଟଙ୍କା ପିଏମ ରିଲିଫ ପାଣ୍ଠି ଏବଂ ୟୁପି କୋଭିଡ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

70 ବର୍ଷିୟା ଅବସରପ୍ରାପ୍ତ ପୁଷ୍ପା ଦୁବେ କହିଛନ୍ତି ଯେ, କୋରୋନା ମହାମାରୀକୁ ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ତାଙ୍କୁ ବହୁତ ପ୍ରଭାବିତ କରିଛି ଏବଂ ସେ ଦିନେ ତାଙ୍କ ସ୍ୱପ୍ନରେ ମଧ୍ୟ ମହାମାରୀ ଦେଖିଥିଲେ । ଏହା ପରେ ସେ ସ୍ଥିର କଲେ ଯେ ସେ LIC ପଲିସି ଏବଂ ତାଙ୍କ ଜୀବନବ୍ୟାପୀ ଜମା କରିଥିବା ସମସ୍ତ ଜମା ରାଶିକୁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିଲିଫ ପାଣ୍ଠିକୁ ଦାନ କରିବେ।

ଏହା ପରେ ସେ ବ୍ୟାଙ୍କ ସହ ଯୋଗାଯୋଗ କରି ତାଙ୍କ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ବ୍ୟାଙ୍କ ଅଧିକାରୀମାନେ ପିଏମ ରିଲିଫ ଫଣ୍ଡ ନାମରେ 1 କୋଟି ଟଙ୍କା ଏବଂ ସିଏମ ରିଲିଫ ପାଣ୍ଠି ନାମରେ 10 ଲକ୍ଷ ଟଙ୍କା ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଏହାପରେ ଶନିବାର ପୁଷ୍ପା ଦୁବେ ଲକ୍ଷ୍ନୌ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ରାମନିଭାସ ଯାଦବଙ୍କ ସହ ସିଏମ ଯୋଗୀଙ୍କୁ ଏହି ଡ୍ରାଫ୍ଟ ଦେଇଥିଲେ ।

ପୁଷ୍ପା ଉତ୍ତରପ୍ରଦେଶମୈନପୁରୀର ବାସିନ୍ଦା । ସେ କହିଛନ୍ତି, ପିଲାଦିନୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ । ତାଙ୍କ ମାଆ ଅନେକ ଅସୁବିଧାରେ ପାଠ ପଢାଇଥିଲେ । ପରେ ସେ ପୋଲିସ ବିଭାଗରେ ଚାକିରି ପାଇଲେ । ସେ ସଚିବାଳୟ ଏବଂ ସିବି ସିଆଇଡିର ଇନ୍ସପେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ । ସେ ପାଉଥିବା ପେନସନ ତାଙ୍କ ପାଇଁ ଯଥେଷ୍ଟ, ତେଣୁ ଏହି ସଙ୍କଟ ସମୟରେ ସେ ନିଜର ଜମା ହୋଇଥିବା ପୁଞ୍ଜି ପ୍ରଧାନମନ୍ତ୍ରୀ ଏବଂ ସିଏମ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ABOUT THE AUTHOR

...view details