ଓଡିଶା

odisha

ଟିଭି ବନ୍ଦ କରିବାକୁ ମନା କରିବାରୁ ବୃଦ୍ଧ ବାପାଙ୍କୁ ଗୁଳିକରି ହତ୍ୟା

By

Published : Nov 6, 2020, 1:34 PM IST

ବିଳମ୍ବିତ ରାତିରେ ଟିଭି ବନ୍ଦ କରିବାକୁ ମନା କରିବାରୁ ବୃଦ୍ଧ ବାପାଙ୍କୁ ଗୁଳି କରି ହତ୍ୟା କଲେ ଅବସରପ୍ରାପ୍ତ ସେନା ଅଧିକାରୀ । ଅଧିକ ପଢନ୍ତୁ...

ଟିଭି ବନ୍ଦ କରିବାକୁ ମନା କରିବାରୁ ବୃଦ୍ଧ ବାପାଙ୍କୁ ଗୁଳିକରି ହତ୍ୟା
ଟିଭି ବନ୍ଦ କରିବାକୁ ମନା କରିବାରୁ ବୃଦ୍ଧ ବାପାଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଜଘନ୍ୟ କାଣ୍ଡ । ବିଳମ୍ବିତ ରାତିରେ ଟିଭି ବନ୍ଦ କରିବାକୁ ମନା କରିବାରୁ ନିଜ 80ବର୍ଷୀୟ ବୃଦ୍ଧ ବାପାଙ୍କୁ ଗୁଳି କରି ହତ୍ୟା । ଗୁରୁବାର ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରର ନାସିରପୁର ଅଞ୍ଚଳରେ । ଅଭିଯୁକ୍ତ ସେନା ଅଧିକାରୀ ହେଉଛନ୍ତି ଅଶୋକ କଟିହର ।

ସୂଚନା ଅନୁଯାୟୀ, ଅଶୋକଙ୍କ ବାପା ଲାଲା ରାମ ଗତକାଲି(ଗୁରୁବାର) ବିଳମ୍ବିତ ରାତି ଯାଏଁ ଟିଭିରେ କୌଣସି କାର୍ଯ୍ୟକ୍ରମ ଦେଖୁଥିଲେ । ହେଲେ ଅଶୋକ ବିରକ୍ତ ହୋଇ ନିଜ ବାପାଙ୍କୁ ଟିଭି ବନ୍ଦ କରିବାକୁ କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । କଥା କଟାକଟି ମଧ୍ୟରେ ସେନା ଅଧିକାରୀ ଜଣକ ତାଙ୍କ ବାପାଙ୍କୁ ଠେଲି ଦେଇଥିଲେ ଏବଂ ପରେ ନିଜ ଲାଇସେନ୍ସପ୍ରାପ୍ତ ଡବଲ ବ୍ୟାରେଲ ବନ୍ଧୁକରୁ ବୃଦ୍ଧଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ବୃଦ୍ଧ ଜଣକ ଟଳି ପଡିଥିଲେ ।

ସେନାରୁ ଅବସର ନେବା ପରେ ଅଶୋକ ନିଜ ବୃଦ୍ଧ ବାପାମାଆଙ୍କ ସହ ନାସିରପୁରରେ ରହୁଥିଲେ । ତେବେ ସେ ଜଣେ ମଦ୍ୟପ ଥିବା ସହ ଛୋଟ ଛୋଟ କଥାରେ ଅଯଥା ଝଗଡା କରୁଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ଏନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details