ହାଇଦ୍ରାବାଦ: ହାଇଦ୍ରାବାଦ ରାଜେନ୍ଦ୍ର ନଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ଡାକ୍ତର ନିଜ ସ୍ବାମୀଙ୍କ ହତ୍ୟା କରିଛନ୍ତି। ସ୍ବାମୀ ସେନାର ଅବସରପ୍ରାପ୍ତ କ୍ୟାପଟେନ୍ ଥିବାବେଳେ ମହିଳା ମଧ୍ୟ ସେନାର ଅବସରପ୍ରାପ୍ତ ଡାକ୍ତର ଥିଲେ । ଆଉ ସବୁଠାରୁ ବଡ କଥା ଯେ, ଏହି ଘଟଣା ତାଙ୍କ ପିଲାଙ୍କ ସାମ୍ନାରେ ହିଁ ଘଟିଛି । ପୋଲିସର ସୂଚନାନୁସାରେ, ଶନିବାର ଦିନ ଏହି ଦମ୍ପତିଙ୍କ ମଧ୍ୟରେ ଝଗଡା ହେତୁ ଏହି ହତ୍ୟାକାଣ୍ଡ ଘଟିଥିଲା । ପୋଲିସ୍ ବର୍ତ୍ତମାନ ଏକ ମାମଲା ରୁଜ୍ଜୁ କରି ମହିଳାଙ୍କୁ ଗିରଫ କରିଛି ।
ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଛୁରୀ ଭୁଷି ହତ୍ୟା କଲେ ଡାକ୍ତରାଣୀ ପତ୍ନୀ - ସେନାର ଅବସରପ୍ରାପ୍ତ କ୍ୟାପଟେନ୍
ହାଇଦ୍ରାବାଦ ରାଜେନ୍ଦ୍ର ନାଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ଡାକ୍ତର ନିଜ ସ୍ବାମୀଙ୍କ ହତ୍ୟା କରିଛନ୍ତି। ସ୍ବାମୀ ସେନାର ଅବସରପ୍ରାପ୍ତ କ୍ୟାପଟେନ୍ ଥିବାବେଳେ ମହିଳା ମଧ୍ୟ ସେନାର ଅବସରପ୍ରାପ୍ତ ଡାକ୍ତର ଥିଲେ । ଅଧିକ ପଢନ୍ତୁ...
ଅବସରପ୍ରାପ୍ତ ସେନା ଦମ୍ପତି ରାଜେନ୍ଦ୍ର ନଗରର ପିଏଣ୍ଡଟି କଲୋନୀରେ ମ୍ୟାପଲ୍ ଟାଉନରେ ରୁହନ୍ତି । ଶନିବାର ରାତିରେ ପୂର୍ବତନ ସେନା କ୍ୟାପଟେନ ବିଶାଲ ଦେୱାନଙ୍କ ସହ ପତ୍ନୀ ସବିନା ରୋଶନଙ୍କ ଯୁକ୍ତିତର୍କ ପରେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ପୋଲିସ କହିଛି। ଘଟଣା ସମୟରେ ପିଲାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବିଶାଲଙ୍କ ମୃତ୍ୟୁ ହୋଇ ସାରିଥିଲା।
ସୂଚନାମୁତାବକ, ଏହି ଦମ୍ପତି ଏକତ୍ର ମଦ୍ୟପାନ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗିଯାଇ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛୁରୀରେ ହତ୍ୟା କରିଥିଲେ ବୋଲି ଡିସିପି ଶ୍ୟାମସବାଦ ପ୍ରକାଶ ରେଡ୍ଡୀ କହିଛନ୍ତି। ସେପଟେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଯାଇଥିବାବେଳେ ସାବିନାଙ୍କୁ ଭାରତ ଦଣ୍ଡବିଧି ଆଇନର ଧାରା 302 ଅନୁଯାୟୀ ଗିରଫ କରାଯାଇଛି।