ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ ଦେଇଥିବା ତେଲେଙ୍ଗାନାର ୟାଇଏସଆର କଂଗ୍ରେସ ସରକାରଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଉପଦେଶ ଦେଇଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ । ସିଏଏ ଏବଂ ଏନଆରସି ବିରୋଧରେ ହାଇଦ୍ରାବାଦରେ ଆୟୋଜିତ ରାଲିରେ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ନିଜ ମିତ୍ର ଜଗନ ମୋହନ ରେଡ୍ଡୀଙ୍କୁ ନିବେଦନ କରୁଛି, ସେ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ । ଆମକୁ ଦେଶକୁ ରକ୍ଷା କରିବାର ଅଛି । ସେ ଆମକୁ ସମର୍ଥନ କରନ୍ତୁ ବୋଲି ଓୱେସୀ କହିଛନ୍ତି ।
CAA: ' ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ଜଗନ ମୋହନ ରେଡ୍ଡୀ' - ନାଗରିକତା ସଂଶୋଧନ ଆଇନ୍
ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ ଦେଇଥିବା ତେଲେଙ୍ଗାନାର ୟାଇଏସଆର କଂଗ୍ରେସ ସରକାରଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଉପଦେଶ ଦେଇଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ ।
ଫାଇଲ ଫଟୋ
ନୂଆ ନାଗରିକତା ଆଇନ୍ ବିରୋଧରେ ବୃହତ ସଂଖ୍ୟାରେ ଲୋକ ଓୱେସୀଙ୍କ ରାଲିରେ ଏକତ୍ରିତ ହୋଇଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକ ଓୱେସୀଙ୍କ ସହ ମିଶି ସମ୍ବିଧାନର ମୁଖବନ୍ଧ ପଢିଥିଲେ ।
ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ୨୦୧୯ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ସାରିଛି । ଏହି ଆଇନ୍ ଅନୁଯାୟୀ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ପଶିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ।