ଓଡିଶା

odisha

ETV Bharat / bharat

ହଟୁଛି ପ୍ରତିବନ୍ଧକ, ସ୍ବାଭାବିକ ହେଉଛି ଭୂସ୍ବର୍ଗ - ଜମ୍ମୁକାଶ୍ମୀର

ଧିରେ ଧିରେ କାଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ପରିସ୍ଥିତିକୁ ନଜରରେ ରଖି ଜମ୍ମୁକାଶ୍ମୀରର ଅନେକ ଅଞ୍ଚଳରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ତଥାପି ସୀମାରେ ହାଇଆଲର୍ଟ ରହିଛି ।

ଫାଇଲ ଫଟୋ

By

Published : Aug 25, 2019, 11:51 AM IST

Updated : Aug 25, 2019, 12:04 PM IST

ଶ୍ରୀନଗର: ଧିରେ ଧିରେ ସ୍ବାଭାବିକ ହେଉଛି ଜମ୍ମୁକାଶ୍ମୀର ସ୍ଥିତି । ଧାରା 370 ଉଚ୍ଛେଦ ପରେ ଅଶାନ୍ତ ହୋଇପଡିଥିବା ଜମ୍ମୁକାଶ୍ମୀରରୁ ସ୍ବାଭାବିକ୍ କରିବାକୁ ଲାଗି ପଡିଛି ପ୍ରଶାସନ । ପରିସ୍ଥିତିକୁ ନଜରରେ ରଖି ଜମ୍ମୁକାଶ୍ମୀରର ଅନେକ ଅଞ୍ଚଳରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି ।

ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି, ଧିରେ ଧିରେ କାଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଯଦିଓ ଫୋନ ଓ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି କିନ୍ତୁ ଖୁବ୍ ଶିଘ୍ର ଏହା ଉପରୁ ପ୍ରତିବନ୍ଧକ ହଟାଯିବ । ତେବେ ଦିନବେଳେ ଜମ୍ମୁର 69ଟି ଘାଟି ଓ 81ଟି ଥାନା ଅଞ୍ଚଳରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଏପରିକି ଜମ୍ମୁକାଶ୍ମୀର ଯେଉଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଇଛି ସେଠାରେ ମୋବାଇଲ ଏବଂ ଫୋନ ସେବା ସ୍ବଭାବିକ୍ ହେବାରେ ଲାଗିଛି । ଆଗାମୀ ସପ୍ତାହର ଶେଷ ସୁଦ୍ଧା 5300 ଫୋନ କନେକ୍ସନ ସ୍ବଭାବିକ କରାଯିବାର ସମ୍ଭାବନା ରହିଛି ।

ସେହିପରି ଜମ୍ମୁ କାଶ୍ମୀରରେ ଧିରେ ଧିରେ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ସ୍ବାଭାବିକ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 1500 ପ୍ରାଥମିକ ସ୍କୁଲ ଓ ହଜାରେ ମାଧ୍ୟମିକ ବିଦ୍ୟାଳୟ ଖୋଲିଛି । ତେବେ ଧାରା 370 ଉଚ୍ଛେଦ ପରେ ପ୍ରଥମ ବିଡିସି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବରରେ ଏହି ନିର୍ବାଚନ କରାଯିବା ନେଇ ସମ୍ଭାବନା ରହିଛି ।

ତେବେ ଜମ୍ମୁକାଶ୍ମୀର ସରକାରଙ୍କ ପ୍ରବକ୍ତା ରୋହିତ କଂସଲ କହିଛନ୍ତି, ଘାଟିରେ ଥିବା 69ଟି ଥାନା ଅଞ୍ଚଳରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ପୂର୍ବରୁ 50ଟି ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଇଥିଲା । ବର୍ତ୍ତମାନ ମଧ୍ୟ ସୀମା ଉପରେ ବିପଦ ଲାଗି ରହିଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାକର୍ମୀ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

Last Updated : Aug 25, 2019, 12:04 PM IST

ABOUT THE AUTHOR

...view details