କୋଲକାତା: ମାସ୍କ ଖୋଲିବେନି ହେଲେ ଖାଇପାରିବେ ଖାଦ୍ୟ । ସଂକ୍ରମଣର ଶଙ୍କା କମ୍ ଓ ନେଇପାରିବେ ଖାଇବାର ଅଧିକ ମଜ୍ଜା । ମହାମାରୀର ମହାଦଶାରେ ରକ୍ଷା କବଚ ମାସ୍କରୁ ଡିମାଣ୍ଡ ରହିଥିବା ବେଳେ ପରିସ୍ଥିତିକୁ ଆଖି ଆଗରେ ରଖି ବଜାରକୁ ଆସୁଛି ଡିଫରେଣ୍ଟ ଡିଜାଇନର ଟ୍ରେଣ୍ଡୀ ମାସ୍କ। ତେବେ କୋଲକାତର ଏକ ରେସ୍ତୋରାଁ ସେମିତି ଏକ ମାସ୍କ ଗ୍ରାହକଙ୍କୁ ଦେଇ ଏବେ ଚର୍ଚ୍ଚାକୁ ଆସିଛି।
ଏମିତି ରେସ୍ତୋରାଁ, ଖାଇବା ପୂର୍ବରୁ ଖୋଲିବାକୁ ପଡିବନି ମାସ୍କ - ଖାଇବା ପୂର୍ବରୁ ଖୋଲିବାକୁ ପଡିବନି ମାସ୍କ
କୋଲକାତାର ନିଆରା ରେସ୍ତୋରାଁ । ମାସ୍କ ଖୋଲିବେନି ହେଲେ ଖାଇପାରିବେ ଖାଦ୍ୟ । କୋରୋନା କାଳରେ ଜମୁଛି ରେସ୍ତୋରାଁରେ ଗ୍ରାହକଙ୍କ ଭିଡ । ଅଧିକ ପଢନ୍ତୁ....

ଏମିତି ରେସ୍ତୋରାଁ , ଖାଇବା ପୂର୍ବରୁ ଖୋଲିବାକୁ ପଡିବନି ମାସ୍କ
ଯେଉଁଠି ଏହି ରେସ୍ତୋରାଁ ତାର ଗ୍ରାହକଙ୍କୁ ଦେଉଛି ଭିନ୍ନ ଏକ ମାସ୍କ। ଏହାକୁ ଥରେ ପିନ୍ଧିଲେ ଖାଦ୍ୟ ଖାଇବା ପୂର୍ବରୁ ଖୋଲିବାକୁ ପଡିବନି ମାସ୍କ । କାହିଁକି ନା ମାସ୍କରେ ଲଗାଯାଇଛି ଚେନ । ଖାଇବା ପର୍ବରୁ ଗ୍ରାହକ ମାନଙ୍କୁ ଆଉ ମାସ୍କ ଖୋଲିବାକୁ ପଡିବ ନାହିଁ । ଏହି ନିଆରା ମାସ୍କ ଯୋଗୁଁ ରେସ୍ତାରାଁରେ ଅଧିକ ଗ୍ରାହକଙ୍କ ଭିଡ ମଧ୍ୟ ଜମୁଛି । ରେସ୍ତାରାଁକୁ ଆସୁଥିବା ଗ୍ରାହକଙ୍କୁ ମାଗଣାରେ ଏହି ମାସ୍କ ଦେଉଥିବା କହିଛନ୍ତି ମାଲିକ ।
@ ANI