ନୂଆଦିଲ୍ଲୀ: କଂଗ୍ରେସ ମହା ସଚିବ ଓ ପୂର୍ବ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛୋଟଛୁଆଙ୍କ ସହ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ହେଉଛି ଉତ୍ତରପ୍ରଦେଶ ଆମେଥିର । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଛୁଆଙ୍କ ସହ କଥା ହେଉଥିବା ସମୟରେ ଅଚାନକ ପ୍ରିୟଙ୍କା ଆଶ୍ଚର୍ଯ୍ୟରେ ନିଜ ମୁହଁରେ ହାତ ଦେଇଛନ୍ତି । ତେବେ କ'ଣ ରହିଛି ଏହାର କାରଣ ପଢନ୍ତୁ ।
କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନ କ୍ଷେତ୍ର ଆମେଥିରେ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ନିର୍ବାଚନୀ ପ୍ରଚାର କରୁଥିଲେ । ଯେତେବେଳେ ତାଙ୍କ ସହ କିଛି ଛୋଟଛୁଆଙ୍କ ସହ ହୋଇଥିଲା । ଯେଉଁମାନେ କଂଗ୍ରେସ ସମର୍ଥନରେ ନାରାବାଜି କରିଥିଲେ । ରାଫେଲ ମୁଦ୍ଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ନାରା ବ୍ୟବହାର କରୁଥିଲେ ସେହି ନାରା 'ଚୌକିଦାର ଚୋର ହେ'କୁ ସେମାନେ ବାରମ୍ବାର କହୁଥିଲେ ।