ଓଡିଶା

odisha

By

Published : Jun 20, 2020, 11:04 PM IST

ETV Bharat / bharat

କୋଭିଡ୍‌ ପରିପ୍ରେକ୍ଷୀରେ ଯୋଗ ମାଧ୍ୟମରେ ଶ୍ବାସକ୍ରିୟାର ସୁସ୍ଥତା

ଆମର ନାସାରନ୍ଧ୍ରରେ ଥିବା ନଳୀ ଏବଂ ଶ୍ବାସନଳୀକୁ ଶକ୍ତିଶାଳୀ କରିବାକୁ ପଡ଼ିବ, ଯାହା ଦ୍ବାରା ଭୂତାଣୁ ସେଠାରେ ବଞ୍ଚି ରହିପାରିବ ନାହିଁ । ନିୟମିତ ଜଳ ନେତି, ଉଜ୍ଜୟୀ, ଭସ୍ତ୍ରିକା, କପାଳଭାତି ଏବଂ ସିଂହ ଆସନ ବଳରେ ଏହା ହାସଲ କରିହେବ ।

respiratory hygiene, covid-19, respiratory hygiene for covid-19, coronavirus news, corona virus latest news, ଶ୍ବାସକ୍ରିୟାରେ ସୁସ୍ଥତା, କୋଭିଡ-19, କୋରୋନା ପାଇଁ ଶ୍ବାସକ୍ରିୟାରେ ସୁସ୍ଥତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଲାଟେଷ୍ଟ ନ୍ୟୁଜ୍‌
କୋଭିଡ୍‌ ପରିପ୍ରେକ୍ଷୀରେ ଯୋଗ ମାଧ୍ୟମରେ ଶ୍ବାସକ୍ରିୟାର ସୁସ୍ଥତା

ସମଗ୍ର ବିଶ୍ବ ଏବେ କୋଭିଡ୍‌ 19 ଆଶଙ୍କା ସହିତ ଯୁଝୁଥିବା ସମୟରେ ଯୋଗ ବଳରେ କିଭଳି ଫୁସ୍‌ଫୁସ୍‌ ଏବଂ ଶ୍ବାସକ୍ରିୟା ଅଙ୍ଗର ସୁସ୍ଥତା ବଜାୟ ରଖାଯାଇପାରିବ, ସେ ସଂପର୍କରେ ଈଟିଭି ଭାରତ ସୁଖୀଭବ ପକ୍ଷରୁ ଆମେ ଡ଼. ସତୀଶ ଡି.ପାଠକ, ଏମ୍‌ଏସ୍‌, ଏଫ୍‌ସିପିଏସ୍‌, ଏମ୍‌ଏନ୍‌ଏଏମ୍‌ଏସ୍‌ (ସର୍ଜରୀ) ଏବଂ କୈବଲ୍ୟଧାମ ଯୋଗ ସଂସ୍ଥାର ବୈଜ୍ଞାନିକ ଗବେଷଣା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ସହ ଅନ୍ତର୍ଜାତୀୟ ଯୋଗ ଦିବସ-2020 ଅବସରରେ ବାର୍ତ୍ତାଳାପ କରିଥିଲୁ ।

ଡ଼. ପାଠକଙ୍କ ମତରେ, ଯୋଗ ଶ୍ବାସକ୍ରିୟାରେ ଉନ୍ନତିସାଧନ କରେ: ‘ଶରୀରରେ ବାୟୁର ପ୍ରବେଶ ପଥ ପରିଷ୍କାର କରେ, ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ କରେ’ ହଜମ କ୍ରିୟାରେ ଉନ୍ନତି କରେ- ‘ପରିଷ୍କାର’ କରି ରକ୍ତ ସଂଚାଳନରେ ଉନ୍ନତିସାଧନ କରେ, ଶରୀରର ଅସ୍ଥି ପ୍ରଣାଳୀ ଏବଂ ମାଂସପେଶୀକୁ ବ୍ୟବସ୍ଥିତ କରେ । ସାମଗ୍ରିକ ଭାବେ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ସେ ଉତ୍ତର ମଧ୍ୟ ଦେଇଥିଲେ ।

ଯୋଗାଭ୍ୟାସ କରିବାର ସବୁଠାରୁ ଉତ୍କୃଷ୍ଟ ସମୟ କେତେବେଳେ ?

ଭୋର 4.30ରୁ 6.30 ମଧ୍ୟରେ, କିମ୍ବା ଯେତେବେଳେ 4-5 ଘଣ୍ଟା ଧରି ପାକସ୍ଥଳୀ ଖାଲି ଥାଏ ଏବଂ ଶାରୀରିକ ଶକ୍ତି ସର୍ବୋଚ୍ଚ ସ୍ତରରେ ଥାଏ, ତାହା ହିଁ ଆଦର୍ଶ ସମୟ । ଏଥିରୁ ସର୍ବାଧିକ ଫାଇଦା ମିଳିଥାଏ । ଏହା ଯଦି ସମ୍ଭବ ନ ହୁଏ ତେବେ ସନ୍ଧ୍ୟାରେ ଅଫିସ୍‌ରୁ ଫେରିବା ପରେ ଏବଂ କିଛି ଖାଇବା ପୂର୍ବରୁ ଏହାର ଅଭ୍ୟାସ କରନ୍ତୁ ।

ଯେଉଁମାନେ ଏଭଳି ଅଭ୍ୟାସ କରିବାକୁ ସମୟ ପାଆନ୍ତି ନାହିଁ, ସେମାନେ ଅନ୍ତତଃ ଅନୁଲୋମ ବିଲୋମ, ଗାୟତ୍ରୀ ଏବଂ ଓଁକାର ଏବଂ ଉଜ୍ଜୟୀ ଶ୍ବାସକ୍ରିୟା କରିବା ଉଚିତ । ଶାସ୍ତ୍ରରେ ଯେଉଁଭଳି ବର୍ଣ୍ଣିତ, ଠିକ୍‌ ସେଇଭଳି ‘ଗାୟତ୍ରୀ ମନ୍ତ୍ର’ ଉଚ୍ଚାରଣ କରିବା ଗୁରୁତ୍ବପୂର୍ଣ୍ଣ । କାରଣ, ଏହା ଶରୀରର କେତେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଏବଂ ମସ୍ତିଷ୍କକୁ ଶକ୍ତିପ୍ରଦାନ କରିଥାଏ ଯାହା ଫଳରେ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରହେ ।

କପାଳଭାତିର ଅନୁମୋଦିତ ଅବଧି କେତେ ? ଏହାକୁ କେଉଁମାନେ କରିବା ଉଚିତ ନୁହେଁ ?

ଜଣେ ବ୍ୟକ୍ତିଙ୍କ ସାମର୍ଥ୍ୟ ଅନୁସାରେ କପାଳଭାତି କରିବା ଆବଶ୍ୟକ । କିନ୍ତୁ ସର୍ବାଧିକ 100ରୁ 120 ଯାଏଁ ଏହାର ସର୍ବୋଚ୍ଚ ସୀମା ।

ଯେଉଁ ବ୍ୟକ୍ତିମାନଙ୍କର ବାଇପାସ୍‌ ସର୍ଜରୀ, ତଳିପେଟରେ ସର୍ଜରୀ ହୋଇଛି, ଉଚ୍ଚ ରକ୍ତଚାପ ଥିଲେ, ହାର୍ଣ୍ଣିଆ, ପିଠିରେ ସମସ୍ୟା, ପୂର୍ବରୁ ହୃଦାଘାତରେ ପୀଡ଼ିତ ହୋଇଥିଲେ, ଗ୍ଲୁକୋମା ବା ଆଖିରୋଗ ଥିଲେ ଗର୍ଭବତୀ ମହିଳାମାନେ କପାଳଭାତି କରିବା ଉଚିତ ନୁହେଁ ।

ଏହା ମନେ ରଖିବା କଥା ଯେ ଯୋଗ ଏକ ‘ଅଭ୍ୟାସ’, ବ୍ୟାୟାମ ନୁହେଁ । ଜଣେ ବ୍ୟକ୍ତିଙ୍କର ନିଜସ୍ବ ସାମର୍ଥ୍ୟ ଅନୁସାରେ ଏହି ଅଭ୍ୟାସକୁ ଧୀରେ ଧୀରେ ବଢ଼ାଇବା କଥା । ଯୋଗକୁ ଏକ ବ୍ୟାୟାମ ବା ୱାର୍କଆଉଟ୍‌ ରୂପରେ ଦେଖିବା କଥା ନୁହେଁ । ନିୟମିତ ଯୋଗ କରିବା ଦ୍ବାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ କ୍ଲାନ୍ତ ହୋଇଯାଏ ନାହିଁ, ବରଂ ବ୍ୟବସ୍ଥିତ ହୋଇଯାଏ ।

ଯୋଗ/ଆସନ କରିବାର ନିର୍ଦ୍ଦିଷ୍ଟ କ୍ରମ ରହିଛି କି ? ସଠିକ୍‌ ଅଭ୍ୟାସ କ୍ରମ କେଉଁଟା ?

କେବେ ବି ଘରକୁ ଦୌଡ଼ି ଆସିବା ପରେ କିମ୍ବା ପରିଶ୍ରମ କରିବା ପରେ ହଠାତ ଯୋଗ କରନ୍ତୁ ନାହିଁ । ଶରୀରକୁ ଶୀତଳ ହେବାକୁ ଏବଂ ପରିବେଶ ସହ ଖାପ ଖୁଆଇବାକୁ ଦିଅନ୍ତୁ ଏବଂ ତା’ପରେ ପିଠି ଉପରେ ଶୋଇ ରହି ଧୀରେ ଧୀରେ ଆରମ୍ଭ କରି 5 ମିନିଟ୍‌ ପାଇଁ ‘ଶବାସନ’ କରନ୍ତୁ ।

ଯୋଗ ଏବଂ କୋଭିଡ:- ‘ରୋଗ ପ୍ରତିରୋଧ ଶକ୍ତି ବଜାୟ ରଖେ ଏବଂ ଆମ ଶ୍ବାସକ୍ରିୟାରେ ସୁସ୍ଥତା ରଖେ’

କୋରୋନା ଭାଇରସ୍‌ ନାକ ବାଟ ଦେଇ ଶରୀରରେ ପ୍ରବେଶ କରେ ଏବଂ ଆମ ଶ୍ବାସକ୍ରିୟା ପ୍ରଣାଳୀ ପ୍ରଭାବିତ ହୁଏ । ଆରମ୍ଭରୁ ନାକରୁ ପାଣି ବୋହିବା, ଗନ୍ଧ ବାରି ନହେବା, ଗଳା ଖସ୍‌ଖସ୍‌ ଲାଗିବା, ଶୁଖିଲା କାଶ ଭଳି ଲକ୍ଷଣ ଦେଖାଦିଏ ଏବଂ ଏତିକିରେ ଏହାର ମୁକାବିଲା କରା ନଗଲେ ଏହା ଶ୍ବାସନଳୀରେ ପ୍ରବେଶ କରିବା ଯୋଗୁଁ ଶ୍ବାସକ୍ରିୟାରେ କଷ୍ଟ ହୁଏ ଏବଂ ଫୁସ୍‌ଫୁସ୍‌ରେ ପ୍ରବେଶ କରିବା ଯୋଗୁଁ ନିମୋନିଆ ହୋଇଥାଏ । ତେଣୁ, ଆମର ନାସାରନ୍ଧ୍ରରେ ଥିବା ନଳୀ ଏବଂ ଶ୍ବାସନଳୀକୁ ଶକ୍ତିଶାଳୀ କରିବାକୁ ପଡ଼ିବ, ଯାହା ଦ୍ବାରା ଭୂତାଣୁ ସେଠାରେ ବଞ୍ଚି ରହିପାରିବ ନାହିଁ । ନିୟମିତ ଜଳ ନେତି, ଉଜ୍ଜୟୀ, ଭସ୍ତ୍ରିକା, କପାଳଭାତି ଏବଂ ସିଂହ ଆସନ ବଳରେ ଏହା ହାସଲ କରିହେବ । ଏହା ନାକରୁ ଫୁସ୍‌ଫୁସ୍‌ ଯାଏଁ ଶରୀରର ଅଙ୍ଗକୁ ଶକ୍ତି ଯୋଗାଏ । ଏହିଭଳି ନିଜସ୍ବ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଇପାରେ ।

ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ମାନସିକ ସ୍ତରରେ ରୋଗ ପ୍ରତିରୋଧକ- ଲକ୍‌ଡାଉନ୍‌ ପ୍ରତ୍ୟାହାର ହୋଇଯିବା ପରେ ଆମେ ବାହାରକୁ ଯାଉ ଏବଂ ପାଖରେ ଥିବା ବ୍ୟକ୍ତି ଜଣକ ଆପଣଙ୍କ ଶରୀରରେ କାଳେ ଭୂତାଣୁ ସଂକ୍ରମଣ କରାଇ ଦେବେ କି ବୋଲି ଆଶଙ୍କା ହୁଏ । ଏଥିରୁ ମାନସିକ ଚାପ ଏବଂ ଉଦ୍‌ବେଗ ଜାତ ହୁଏ । ଏଥିରୁ ମୁକ୍ତି ପାଇବା ଲାଗି ଆମକୁ ପ୍ରତିଦିନ କ୍ରିୟା ଯୋଗ କରିବାକୁ ପଡ଼ିବ । ଏହା ଆତ୍ମବିଶ୍ବାସ ବଢ଼ାଏ ଏବଂ ଆଶଙ୍କାକୁ ଦୂରେଇ ଦିଏ ।

ଆମେ ଯଦି ଭଲ ଭାବେ ଆତ୍ମ ନିରୀକ୍ଷଣ କରିବା, ତେବେ ଜାଣିପାରିବା ଯେ ଆମେ ପ୍ରକୃତି ବିରୋଧରେ ଯାଉଛୁ ଏବଂ ପ୍ରାକୃତିକ ଉପାୟରେ ସବୁ କିଛି କରିବା ଲାଗି ପ୍ରକୃତି ଆମକୁ ଶିକ୍ଷା ଦିଏ । ଲକ୍‌ଡାଉନ୍‌ ଯୋଗୁଁ ଆମେ ଘର ଭିତରେ ପ୍ରାକୃତିକ ଭାବେ ବାୟୁ ଚଳାଚଳ କରୁଥିବା ସ୍ଥାନରେ ରହିଲୁ । ଘରେ ରାନ୍ଧିଲୁ ଏବଂ ପରିବାର ସଦସ୍ୟଙ୍କ ସହ ପର୍ଯ୍ୟାପ୍ତ ସମୟ ବିତାଇଲୁ । ପରିବାର ସହ ନିବିଡ଼ତର ହେଲୁ । ଦ୍ବିତୀୟରେ, ପୂର୍ବରୁ ଆମେ ଯେଉଁ ସବୁ ରୁଚି ପାଇଁ ସମୟ ଦେଇପାରୁ ନଥିଲୁ ଏବେ ସେଥିପାଇଁ ସମୟ ମିଳିଲା ।

ପାଶ୍ଚାତ୍ୟ ଦେଶର ଲୋକେ ‘କରମର୍ଦ୍ଦନ’ ପରିବର୍ତ୍ତେ ‘ନମସ୍ତେ’ କରି ଅଭିନନ୍ଦନ ଜଣାଇବା ଆରମ୍ଭ କଲେଣି । ସାରା ବିଶ୍ବରେ କୋରୋନା ଭାଇରସ ସଂକ୍ରମଣର ସ୍ଥିତିକୁ ବିଚାର କଲେ ଯଦିଓ ଭାରତରେ ସଂକ୍ରମଣ ହୋଇଛି ତଥାପି, ମୃତ୍ୟୁ ହାର ଏବଂ ରୋଗାକ୍ରାନ୍ତ ହେବାର ହାର ଖୁବ୍‌ କମ୍‌ । ଏହାର କାରଣ ହେଉଛି ଯେ ଆମ ଜୀବନଶୈଳୀ ପୂରା ଅଲଗା, ଆମର ରୋଗ ପ୍ରତିରୋଧ ଶକ୍ତି ଭଲ ଏବଂ ଏବେ ବି ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛୁ ।

ତେଣୁ, ପ୍ରକୃତିର ନିୟମକୁ ମାନି ଚଳିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ, ଯାହା ଫଳରେ କି କୋଭିଡ୍‌ ଭଳି ରୋଗ ଆମକୁ ପ୍ରଭାବିତ କରିପାରିବ ନାହିଁ ।

ABOUT THE AUTHOR

...view details