ଓଡିଶା

odisha

ETV Bharat / bharat

କୋରୋନା କେୟାର, ସଂକ୍ରମଣ ମୁକ୍ତ ରଖିବ ହର୍ବାଲ ସାନିଟାଇଜର - ଜୀବନଶୈଳୀ ଖବର

ମହାରାଷ୍ଟ୍ରର ପୁଣେରେ ଏକ ପରିବେଶ ଅନୁକୂଳ ହ୍ୟାଣ୍ଡୱାସ୍ ବାହାର କରିଛନ୍ତି। ଏଥିରେ ହାତ ଧୋଇବା ବିଷାକ୍ତ ନୁହେଁ, ଏହାକୁ ବ୍ୟବହାର କଲେ କୌଣସି ପ୍ରକାରର କ୍ଷତି ହେବ ନାହିଁ।

କୋରୋନା କେୟାର, ସଂକ୍ରମଣ ମୁକ୍ତ ରଖିବ ହର୍ବାଲ ସାନିଟାଇଜର
କୋରୋନା କେୟାର, ସଂକ୍ରମଣ ମୁକ୍ତ ରଖିବ ହର୍ବାଲ ସାନିଟାଇଜର

By

Published : May 22, 2020, 2:38 PM IST

ବିଶ୍ବରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ ଭାଇରସ ଆଖପାଖ ମଡେଇ ନଦେବା ଓ ସୁରକ୍ଷିତ ରହିବା ପାଇଁ ହାତ ଧୋଇବା ନିହାତି ଜରୁରୀ। ହେଲେ ବାରମ୍ବାର ସାନିଟାଇଜର ବ୍ୟବହାର ଫଳରେ ହାତ ଶୁଷ୍କ ହେବାରେ ଲାଗୁଛି। ଏତେ ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଗବେଷକ ଏକ ପ୍ରକାର ସାନିଟାଇଜର ବାହାର କରିଛନ୍ତି। ଯାହା ସମ୍ପୂର୍ଣ୍ଣ ରୂପେ ହର୍ବାଲରେ ପ୍ରସ୍ତୁତ।

ଗବେଷକମାନଙ୍କର ଏକ ଦଳ ମହାରାଷ୍ଟ୍ରର ପୁଣେରେ ଏକ ପରିବେଶ ଅନୁକୂଳ ହ୍ୟାଣ୍ଡୱାସ୍ ବାହାର କରିଛନ୍ତି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କୋରୋନା ଜୀବାଣୁ ବିପଦରୁ ରକ୍ଷା ପାଇବା ଏହି ହ୍ୟାଣ୍ଡୱାସଟି ଏକ ପ୍ରକାର ଛୋଟ ଛୋଟ ପଦାର୍ଥକୁ ନେଇ ପ୍ରସ୍ତୁତ। ଏଥିରେ ହାତ ଧୋଇବା ବିଷାକ୍ତ ନୁହେଁ, ଏହାକୁ ବ୍ୟବହାର କଲେ କୌଣସି ପ୍ରକାରର କ୍ଷତି ହେବ ନାହିଁ।

ଏହି ହ୍ୟାଣ୍ଡୱାସ୍ ବ୍ୟବହାର ଫଳରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ, ଫଞ୍ଜି ଓ ଭୂତାଣୁ ନିପାତ ହୋଇଯିବେ। ଏହା ସହିତ ଖାଦ୍ୟ ଏବଂ ଖେଳନା ସଫା କରିବା ପାଇଁ ଏକ ଆଣ୍ଟି-ଇନଫେକ୍ସନ୍ ଲିକ୍ୟୁଡି (ଡିଜେନ୍ଫେକ୍ଟାଣ୍ଟ) ମଧ୍ୟ ବାହାର କରାଯାଇଛି । ଏହି ସମସ୍ତ ପଦାର୍ଥ ଡକ୍ଟର ରବିନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।

କଞ୍ଚା ପନିପରିବା, ମାଂସ ଏବଂ ଫଳକୁ ଏହି ଆଣ୍ଟି-ଇନଫେକ୍ସନ୍ ଲିକ୍ୟୁଡରେ ଧୋଇ ହେବ । ଡକ୍ଟରଙ୍କ କହିବା ଅନୁସାରେ ଛୋଟ ଛୋଟ ସାମଗ୍ରୀ ଦ୍ବାରା ବିକଶିତ ଏହି ଲିକ୍ୟୁଡ୍ ବିଷାକ୍ତ ନୁହେଁ, ତେଣୁ ଏଥିରୁ ଜୈବିକ ପଦାର୍ଥ ଧୂଆ ହୋଇପାରିବ।

ABOUT THE AUTHOR

...view details