ଓଡିଶା

odisha

ETV Bharat / bharat

ଯକୃତର ସମସ୍ୟା ଦୂର କରିବା ପାଇଁ ବୈଜ୍ଞାନିକଙ୍କ ନୂଆ ପଦ୍ଧତି... - researchers create a blueprint of liver cells

ଶରୀରର ବିଭିନ୍ନ କୋଷ ପରସ୍ପର ସହ ଯୋଗାଯୋଗ କରୁଛନ୍ତି। ଏହାଦ୍ବାରା ଶରୀରର ବିଭିନ୍ନ ଅଙ୍ଗ ପରିଚାଳିତ ହୋଇଥାଏ। ମୁଖ୍ୟତଃ ଯକୃତରେ ହେଉଥିବା ସମସ୍ୟା ବିଷୟରେ ଜାଣିବା ପାଇଁ ଟିସୁ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବା ଜରୁରୀ । ଯଦି କୋଷ କିମ୍ବା ଟିସୁର ସମ୍ପର୍କ ବିଷୟରେ ଜାଣିପାରିବା ତେବେ ଆଗକୁ ମନୁଷ୍ୟ ନୂତନ କୋଷ ତିଆରି କରିପାରିବାରେ ସକ୍ଷମ ହେବ।

ଫାଇଲ ଫଟୋ

By

Published : Nov 3, 2019, 9:01 AM IST

ହାଇଦ୍ରାବାଦ: ଆମ ଶରୀରରେ ଥିବା ଟିସୁ ପରସ୍ପର ସହ ଯୋଗାଯୋଗ କରିଥାନ୍ତି ଓ ଶରୀରକୁ ସୁସ୍ଥ ରଖିଥାନ୍ତି । ନିକଟରେ କିଛି ବୈଜ୍ଞାନିକ ଯକୃତ ମଧ୍ୟରେ ଟିସୁଙ୍କ ମଧ୍ୟରେ ହେଉଥିବା କାର୍ଯ୍ୟକଳାପକୁ ଧ୍ୟାନ ଦେଇଥିଲେ ଓ ସ୍ବାସ୍ଥ୍ୟଗତ ସମସ୍ୟା ହେବା ସମୟରେ କିପରି ଏହି ସବୁ ଟିସୁ କାର୍ଯ୍ୟ କରିଥାଏ, ତାହା ଉପରେ ଧ୍ୟାନ ଦେଇଥିଲେ। କୋଷ-କୋଷ ମଧ୍ୟରେ ହେଉଥିବା ଯୋଗଯୋଗ ସହ କୋଷଭିତ୍ତିକ ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରିଥିଲେ।


ଗୋଟିଏ କୋଷ ମଧ୍ୟରେ ବିଭିନ୍ନ ପ୍ରକାର ଟିସୁ ମିଶ୍ରିତ ହୋଇରହିଥାଏ । ପ୍ରତ୍ୟେକ ଟିସୁର କାର୍ଯ୍ୟପ୍ରଣାଳୀ ସହ ସ୍ବାସ୍ଥ୍ୟ ସମସ୍ୟାରେ କିପରି ଏହା ପରସ୍ପର ସହ ଯୋଗାଯୋଗ କରିଥାଏ ଓ ପ୍ରତିରୋଧକର କାର୍ଯ୍ୟ କରିଥାଏ, ଏହି ବିଷୟରେ ବୈଜ୍ଞାନିକ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ । ସାଧାରଣତଃ ଏମ-ଆରଏନଏ କୋଷ-କୋଷ, ଟିସୁ-ଟିସୁ ମଧ୍ୟରେ ଯୋଗାଯୋଗ ରଖିଥାଏ । ପରସ୍ପରକୁ ବାର୍ତ୍ତା ପଠାଇବାରେ ଏହି ଆରଏନଏ ସାହାର୍ଯ୍ୟ କରିଥାଏ । ଏହା ମୁଖ୍ୟତଃ ଏକ ସ୍ବତନ୍ତ୍ର କୋଡ ଜରିଆରେ ବାର୍ତ୍ତା ପହଞ୍ଚାଇଥାଏ।

ବର୍ତ୍ତମାନ ସିଙ୍ଗଲ ସେଲ୍ ଆରଏନଏ ମାଧ୍ୟମରେ କୋଷ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବା । ସିଙ୍ଗଲ ସେଲ୍ ଆରଏନଏ ସ୍ବିକେନ୍ସ ଗୋଟିଏ କୋଷ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥାଏ । କୋଷ ମଧ୍ୟରେ ଡିଏନଏ ଓ ଆରଏନଏ ସଙ୍ଗଠନ ପାଇଁ ଅଣୁକୁ ସ୍ବତନ୍ତ୍ର ଭାବେ ସଜାଇବା ଜରୁରୀ । ଯଦି ଟିସୁ ମଧ୍ୟରେ କୋଷ ଓ ସମସ୍ତ କାର୍ଯ୍ୟକଳାପ ବିଷୟରେ ବୈଜ୍ଞାନିକ ଅବଗତ ହେବେ, ତେବେ ନୂଆ କୋଷ ନିର୍ମାଣ କରିବା ମନୁଷ୍ୟ ପକ୍ଷେ ସମ୍ଭବ ହେବ।

ଉଭୟ ମନୁଷ୍ୟ ଓ ମୂଷାର ଯକୃତକୁ ନେଇ ପରୀକ୍ଷା କରିବା ଦ୍ବାରା ବିଭିନ୍ନ ଜିନର ଭିନ୍ କାର୍ଯ୍ୟ ବିଷୟରେ ଅବଗତ ହୋଇପାରିଲେ । ତେବେ ଉଭୟକୁ ତୁଳନା କରି ଯକୃତ କୋଷ ଗଠନ ପାଇଁ ନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହା କୋଷକୁ ନିୟନ୍ତ୍ରଣ କରିବ । ଅନ୍ୟପକ୍ଷେ ସୁସ୍ଥ ଯକୃତ ଓ ରୋଗଗ୍ରସ୍ତ ଯକୃତକୁ ନେଇ ମଧ୍ୟ ତୁଳନା କରାଗଲା । ଏହି ତୁଳନା ମାଧ୍ୟମରେ କୋଷର ଗୁଣ କିପରି ଭାବରେ ପରିବର୍ତ୍ତିତ ହେଉଛି, ଏହାକୁ ମଧ୍ୟ ଲକ୍ଷ୍ୟ କରାଯାଇପାରିଲା । ଯକୃତରେ ଥିବା ଅଧିକ ଫ୍ୟାଟି ଏସିଡ୍ ଲିଭର୍ କ୍ୟାନ୍ସରର କାରଣ ।

ମୂଷାକୁ ନେଇ ପରୀକ୍ଷା କରିବା ଦ୍ବାରା ଯକୃତରେ ସମସ୍ୟା ହେଲେ କୋଷର ପରିବର୍ତ୍ତନକୁ ଲକ୍ଷ୍ୟ କରାଗଲା । ରୋଗ ହେବା ଦ୍ବାରା ପ୍ରତ୍ୟେକ କୋଷର ଗୁଣ ପରିବର୍ତ୍ତିତ ହୋଇଥାଏ । ମୁଖ୍ୟତଃ ମାକ୍ରୋଫେଜ କୋଷ ଦେଖିବାକୁ ମିଳିଥାଏ । ଏହି କୋଷ ଟ୍ରେମ-2 ପ୍ରୋଟିନ ଛାଡିଥାଏ । ଟ୍ରେମ-2ର ମାତ୍ରା ଯେତେ ବଢିବ ଯକୃତ ସେତେ ମାତ୍ରାରେ ଖରାପ ହେବ । ସିଙ୍ଗଲ ସେଲ୍ ବିଶ୍ଲେଷଣ ଦ୍ବାରା ହେପାଟିକ୍ ଷ୍ଟେଲେଟ କୋଷ ବିଷୟରେ ମଧ୍ୟ ଜାଣିବାକୁ ମିଳିଲା । ଷ୍ଟେଲେଟ ସାଧାରଣତଃ ବିଭିନ୍ନ ଯୋଗାଯୋଗକାରୀ ଅଣୁକୁ ସକ୍ରିୟ କରିଥାଏ। ଏହି ପ୍ରକାର ଅଣୁ ରକ୍ତ ବାହିକାରେ କାର୍ଯ୍ୟ କରିଥାଏ । ସିଙ୍ଗଲ ସେଲ୍ ଯୋଗାଯୋଗ ଜୀବବିଜ୍ଞାନରେ ନୂଆ ମଡେଲ ଖୋଜିବାରେ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details