ଓଡିଶା

odisha

ETV Bharat / bharat

3 ଦିନର କସରତ ପରେ ଉଦ୍ଧାର ହେଲେ 55 ମାଙ୍କଡ - କର୍ଣ୍ଣାଟକ

ଏହି ମାଙ୍କଡମାନେ ରାଜାନହଲୀର ତୁଙ୍ଗଭଦ୍ର ନଦୀର ମଧ୍ୟଭାଗରେ ଦୀର୍ଘ 3 ଦିନରୁ ଫସି ରହିଥିଲେ।

3 ଦିନର କସରତ ପରେ ଉଦ୍ଧାର ହେଲେ 55ଟି ମାଙ୍କଡ
3 ଦିନର କସରତ ପରେ ଉଦ୍ଧାର ହେଲେ 55ଟି ମାଙ୍କଡ

By

Published : Aug 9, 2020, 10:29 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ହରିହରା ତାଲୁକର ରାଜାନହଲୀରେ 55 ଟି ମାଙ୍କଡଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ । ଏହି ମାଙ୍କଡମାନେ ରାଜାନହଲୀର ତୁଙ୍ଗଭଦ୍ର ନଦୀର ମଧ୍ୟଭାଗରେ ଦୀର୍ଘ 3 ଦିନରୁ ଫସି ରହିଥିଲେ।

କର୍ଣ୍ଣାଟକର ମାଲନାଡୁ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ତୁଙ୍ଗା ଡ୍ୟାମରୁ ପ୍ରବଳ ଜଳ ନିଷ୍କାସିତ ହୋଇଥିଲା । ଏହାଦ୍ବାରା ତୁଙ୍ଗଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ତେବେ ଖାଦ୍ୟ ସନ୍ଧାନରେ ଆସିଥିବା ମାଙ୍କଡମାନେ ନଦୀର ମଧ୍ୟ ଭାଗରେ ଥିବା ଗଛରେ ଫସିଯାଇଥିଲେ । ଗତ ତିନି ଦିନରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବରେ ଅପରେସନ ଚଳାଇଥିଲେ ।

3 ଦିନର କସରତ ପରେ ଉଦ୍ଧାର ହେଲେ 55ଟି ମାଙ୍କଡ

ପୋଲିସ, ଜଙ୍ଗଲ ବିଭାଗ ଏବଂ ଅଗ୍ନିଶମ କର୍ମଚାରୀମାନେ ତିନି ଦିନ ପୂର୍ବରୁ ଗଛରୁ ମାଙ୍କଡଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ନଦୀର ଜଳସ୍ତର ବଢୁଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ତେବେ ରବିବାର କୌଣସି ପ୍ରକାରେ ମାଙ୍କଡଙ୍କୁ ଗୋଟିଏ ଗଛକୁ ଅଣାଯାଇଥିଲା । ଏହାପରେ ରୋପୱେ ସାହାଯ୍ୟରେ ସେମାନଙ୍କୁ ଗଛରୁ ଉଦ୍ଧାର କରିବା ପାଇଁ ନଦୀ କୂଳ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ବ୍ରିଜ୍ ତିଆରି କରାଗଲା । ଏହି ବ୍ରିଜ ଦେଇ ସେମାନେ ନଦୀ କୂଳକୁ ଆସିଥିଲେ । ପୂର୍ବରୁ 5 ଟି ମାଙ୍କଡ ଉଦ୍ଧାର ହୋଇଥିବା ବେଳେ ରବିବାର ଦିନକରେ ଅବଶିଷ୍ଟ 50ଟି ମାଙ୍କଡ଼ଙ୍କୁ ନଦୀ କୂଳକୁ ଅଣାଯାଇଥିଲା ।

ତେବେ ଏହି ତିନି ଦିନିଆ ଅପରେଶନରେ ସମସ୍ତ ମାଙ୍କଡଙ୍କୁ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ତାଙ୍କ କହିବା ଅନୁସାରେ ଏହି ଉଦ୍ଧାର କାର୍ଯ୍ୟ ବହୁତ କଠିନ ଥିଲା । ବନ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଗ୍ନିଶମ ବିଭାଗର ନିରନ୍ତର ଉଦ୍ୟମ ଦ୍ବାରା ଏହି ଅପରେଶନ କରାଯାଇଥିଲା ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details