ଓଡିଶା

odisha

ETV Bharat / bharat

15  ଫୁଟ ଗଭୀର ବୋରୱେଲ ଭିତରେ 4 ବର୍ଷର ଶିଶୁ, ଚାଲିଛି ଉଦ୍ଧାର କାର୍ଯ୍ୟ - ଗଭୀର ବୋରୱେଲ ଭିତରେ 4 ବର୍ଷର ଶିଶୁ

ବୋରୱେଲ ଗର୍ତ୍ତରେ ଖସିପଡ଼ିଛି 4 ବର୍ଷର ଶିଶୁପୁତ୍ର। 15 ଫୁଟ ଗଭୀରରେ ପିଲାଟି ଅଟକି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ପିଲାଟିକୁ ଉଦ୍ଧାର କରାଯାଇ ପାରିନାହିଁ। ରାଜସ୍ଥାନର ସିରୋହି ଜିଲ୍ଲାର ଘଟଣା । ଅଧିକ ପଢନ୍ତୁ...

4-year-old boy who fell into open borewell
ଡିଜାଇନ ଫଟୋ

By

Published : Dec 5, 2019, 5:00 PM IST

Updated : Dec 5, 2019, 5:20 PM IST

ଜୟପୁର: ପୁଣିଥରେ ବୋରୱେଲରେ ଶିଶୁ ଖସିପଡିଥିବା ଘଟଣା ସାମ୍ନାକୁ ଆସିଛି । ବୋରୱେଲ ଗର୍ତ୍ତରେ ଖସିପଡ଼ିଛି 4 ବର୍ଷର ଶିଶୁପୁତ୍ର। 15 ଫୁଟ ଗଭୀରରେ ପିଲାଟି ଅଟକି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ପିଲାଟିକୁ ଉଦ୍ଧାର କରାଯାଇ ପାରିନାହିଁ। ରାଜସ୍ଥାନର ସିରୋହି ଜିଲ୍ଲାର ଘଟଣା ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନା ଅନୁଯାୟୀ ପଲାଡି(M) ଅନ୍ତର୍ଗତ ଶିବା ଗ୍ରାମରେ ଶିଶୁପୁତ୍ରଟି ଖେଳୁଥିବା ସମୟରେ ଅଜଣାତରେ ବୋରୱେଲରେ ଖସି ପଡିଥିଲା । ଏହି ଘଟଣା ପରେ ଶିବଗଞ୍ଜ ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ୍‌ ଭାଗିରଥ ଚୌଧୁରୀ ପିଲାଟି 15 ଫୁଟ ତଳେ ଫସି ରହିଥିବା ସୂଚନା ଦେଇଛନ୍ତି । ଏହାସହ ପିଲାଟିକୁ ପିଇବା ପାଇଁ ପାଣି ଓ ଗର୍ତ୍ତ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପିଲାକୁ ଗର୍ତ୍ତରୁ ବାହାର କରାଯାଇପାରି ନାହିଁ।

ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।

Last Updated : Dec 5, 2019, 5:20 PM IST

ABOUT THE AUTHOR

...view details