ଓଡିଶା

odisha

ETV Bharat / bharat

ଗଭୀର ପାଣିରୁ ଗର୍ଭବତୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ - flood in bihar

ବନ୍ୟାର କରାଳ ରୂପରେ ବାହାଦୂରପୁର ବାଜିତପୁର ପଞ୍ଚାୟତର ବାସ କରୁଥିବା 2ଟି ପରିବାର ବହୁ ଦିନରୁ ବନ୍ୟା ପାଣିରେ ଫସି ରହିଯାଇଥିଲେ। ଏହି ପରିବାରରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଏହି କଥା ଯେତେବେଳେ ପ୍ରଶାସନ ଜାଣିବାକୁ ପାଇଲା, ତୁରନ୍ତ ଏସଡିଆରଏଫ ଟିମର ସହାୟତାରେ ଗର୍ଭବତୀ ମହିଳା ସମେତ ଦୁଇ ପରିବାରକୁ ଉଦ୍ଧାର କରିଥିଲେ।

ଗଭୀର ପାଣିରୁ ଗର୍ଭବତୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ
ଗଭୀର ପାଣିରୁ ଗର୍ଭବତୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

By

Published : Jul 27, 2020, 4:20 PM IST

ପାଟନା: କୋରୋନା ସାଙ୍ଗରେ ତାଳ ଦେଇ ବିହାରରେ ବନ୍ୟା ପରିସ୍ଥିତି ମଧ୍ୟ ବଡ ଜଟିଳ ହୋଇପଡିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ବନ୍ୟା ପ୍ରପୀଡିତଙ୍କୁ ସହାୟତାର ହାତ ବଢାଇଛି । ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ପ୍ରଶାସନ ସାହାଯ୍ୟ ପାଇଁ ଆଗକୁ ଆସିଛି । ଦରଭଙ୍ଗାର ଜିଲ୍ଲାପାଳ ଏହି ଘଡିସନ୍ଧି ମୂହୁର୍ତ୍ତରେ ମଧ୍ୟ ମାନବିକତାର ପରିଚୟ ଦେଇଛନ୍ତି । କାହାରିକୁ ଅପେକ୍ଷା ନ କରି ନିଜେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ସେ ପ୍ରଶାସନର ଅନ୍ୟ ଅଧିକାରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବନ୍ୟାର କରାଳ ରୂପରେ ବାହାଦୂରପୁର ବାଜିତପୁର ପଞ୍ଚାୟତର ବାସ କରୁଥିବା 2ଟି ପରିବାର ବହୁ ଦିନରୁ ବନ୍ୟା ପାଣିରେ ଫସି ରହିଯାଇଥିଲେ। ଏହି ପରିବାରରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଏହି କଥା ଯେତେବେଳେ ପ୍ରଶାସନ ଜାଣିବାକୁ ପାଇଲା, ତୁରନ୍ତ ଏସଡିଆରଏଫ ଟିମର ସହାୟତାରେ ଗର୍ଭବତୀ ମହିଳା ସମେତ ଦୁଇ ପରିବାରକୁ ଉଦ୍ଧାର କରିଥିଲେ।

ଗଭୀର ପାଣିରୁ ଗର୍ଭବତୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଉଦ୍ଧାର ହୋଇଥିବା ପରିବାର ମଧ୍ୟରୁ ପ୍ରକାଶ ଚନ୍ଦ୍ର ଝା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ତାଙ୍କ ପରିବାର ବହୁତ ଦିନ ହେଲା ପାଣି ଘେରରେ ରହିଥିଲେ। ଆଶା ଥିଲା ପାଣି କମିଯିବ, କିନ୍ତୁ କମିବା ପରିବର୍ତ୍ତେ ପାଣି ବଢିବାରେ ଲାଗିଥିଲା। ଆଉ ସବୁଠୁ ବଡ ଚିନ୍ତାର ବିଷୟ ଥିଲା, ଏଥିରେ ତାଙ୍କ ଗର୍ଭବତୀ ପତ୍ନୀ ଥିଲେ। ସଠିକ୍ ଚିକିତ୍ସା ଏବଂ ଔଷଧ ଅଭାବରୁ ତାଙ୍କ ପ୍ରସବ ବେଦନା ବଢିବାକୁ ଲାଗିଥିଲା।

ଫଳରେ ନିରାଶ ହୋଇ ସେ ଦରଭଙ୍ଗାର ଜିଲ୍ଲାପାଳଙ୍କୁ ଫୋନ କରିଥିଲେ। ଏହାପରେ ଜିଲ୍ଲାପାଳ ନିଜେ ସେଠାକାର ସ୍ଥାନୀୟ ବିଡିଓ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଯୋଗଯୋଗ କରି ଏସଡିଆରଏଫ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋଟ ସାହାଯ୍ୟରେ ଗଭୀର ବନ୍ୟାଜଳ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ପ୍ରଶାସନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ବିହାରରେ ଭୁରିଭୁରି ପ୍ରଶଂସା କରାଯାଉଛି । ଏହା ପୂର୍ବରୁ ମଧ୍ୟ ବନ୍ୟାରେ ଫସି ରହିଥିବା ଅନେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details