ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଶୁକ୍ରବାର ଠାରୁ ରାଜପଥରେ ପରେଡ ଅଭ୍ୟାସ ଆରମ୍ଭ ହେବାକୁ ଥିବାବେଳେ ଦିଲ୍ଲୀ ଟ୍ରାଫିକ ପୋଲିସ ଜାରି କରିଛି ଟ୍ରାଫିକ ଆଡଭାଇଜରୀ । ଆସନ୍ତା 17, 18,20 ଓ 21 ରେ ବିଜୟ ଛକରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପରେଡ ଅଭ୍ୟାସ କରାଯିବ । ଏନେଇ ଏହି ନିକଟସ୍ଥ ସଡକରେ ଯାନ ବାହନ ଚଳାଚଳ ଏହି ସମୟରେ ବନ୍ଦ ରହିବ । ଅଭ୍ୟାସ ସମୟରେ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଦିଲ୍ଲୀ ଟ୍ରାଫିକ ପୋଲିସ ଲୋକଙ୍କୁ ଅନୁରୋଧ କରିଛି ।
ପରେଡ ପାଇଁ ଟ୍ରାଫିକ କଟକଣା - ରାଜପଥରେ ଟ୍ରାଫିକ କଟକଣା
ରାଜପଥରେ ପରେଡ ଅଭ୍ୟାସ ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ଜାରି କରିଛି ଟ୍ରାଫିକ ଆଡଭାଇଜରୀ । ଆସନ୍ତା 17, 18,20 ଓ 21 ରେ ବିଜୟ ଛକ ରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପରେଡ ଅଭ୍ୟାସ କରାଯିବ । ଉତ୍ତରରୁ ଦକ୍ଷିଣକୁ ଯିବା ପାଇଁ ଓ ପୂର୍ବ ଦିଲ୍ଲୀରୁ ପଶ୍ଚିମ ଦିଲ୍ଲୀ ଯିବା ପାଇଁ ରୁଟ ପରିବର୍ତ୍ତନ କରାଯାଇଛି ।
ପରେଡ ପାଇଁ ଟ୍ରାଫିକ କଟକଣା
ପରେଡ ସମୟରେ ରୋଡ ଜାମ ହେବାର ଅନେକ ସମସ୍ୟା ରହିଛି । ଏନେଇ ଦିଲ୍ଲୀ ଟ୍ରାଫିକ ପୋଲିସ ରଫି ମାର୍ଗ, ଜନପଥ, ମାନସିଙ୍ଗ ରୋଡ ପରେଡ ଅଭ୍ୟାସକୁ ନେଇ ଗାଡି ଯାତାୟତରେ କଟକଣା ଜାରି ହୋଇଛି । ଉତ୍ତରରୁ ଦକ୍ଷିଣକୁ ଯିବା ପାଇଁ ଓ ପୂର୍ବ ଦିଲ୍ଲୀରୁ ପଶ୍ଚିମ ଦିଲ୍ଲୀ ଯିବା ପାଇଁ ରୁଟ ପରିବର୍ତ୍ତନ କରାଯାଇଛି ।