ଓଡିଶା

odisha

ETV Bharat / bharat

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି - ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି

ଆସନ୍ତା 26 ଜାନୁଆରୀ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସୋନାରୋ । ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କ ଏହା ପ୍ରଥମ ଭାରତ ଗସ୍ତ ।

ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି
ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି

By

Published : Jan 21, 2020, 5:53 PM IST

ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସୋନାରୋ । ପ୍ରତିବର୍ଷ 26 ଜାନୁଆରୀ ଗଣତନ୍ତ୍ର ଦିବସ ଅବସରରେ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ । ବ୍ରାଜିଲ ରାଷ୍ଟ୍ରପତି ଆସନ୍ତା 24ରୁ 27 ଜାନୁଆରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ ।

71 ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସୁଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଏହା ପ୍ରଥମ ଭାରତ ଗସ୍ତ । 24 ଜାନୁଆରୀରେ ରାଷ୍ଟ୍ରପତି ବୋଲସୋନାରୋ 7 ଜଣ କ୍ୟାବିନେଟ ମନ୍ତ୍ରୀ ଓ 12 ଜଣ ଅଧିକାରୀଙ୍କ ସହ ଦିଲ୍ଲୀ ପହଞ୍ଚିବେ । ଏହା ପୂର୍ବରୁ 1996 ଏବଂ 2004ରେ ବ୍ରାଜିଲର ତତ୍କାଳୀନ ରାଷ୍ଟ୍ରପତି ଭାରତର ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବେ ସାମିଲ ହୋଇଥିଲେ ।

ଗଣତନ୍ତ୍ର ଦିବସରେ ଯୋଗଦେବା ବ୍ୟତିତ ଜୈର ବୋଲସୋନାରୋ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । 25 ଜାନୁଆରୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ବୋଲସୋନାରୋଙ୍କ ସମ୍ମାନରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରିବେ ବ୍ରାଜିଲ ରାଷ୍ଟ୍ରପତି । ଏହା ସହ ତାଙ୍କର ଗଣତନ୍ତ୍ର ଦିବସ ପରେ ଭାରତ-ବ୍ରାଜିଲ ବିଜନେସ ସମିଟକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details