ଓଡିଶା

odisha

ଧନ୍ୟବାଦ ପ୍ରସ୍ତାବରେ ମୋଦିଙ୍କ ବିବୃତି; ଭାରତ ଉପରେ ରହିଛି ବିଶ୍ବର ନଜର

By

Published : Feb 8, 2021, 11:19 AM IST

Updated : Feb 8, 2021, 1:48 PM IST

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିବୃତି ରଖିଛନ୍ତି । ଅନେକ ପ୍ରସଙ୍ଗ ଉପରେ ସେ ନିଜର ବକ୍ତବ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କ ବିବୃତି
ମୋଦିଙ୍କ ବିବୃତି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିବୃତି ରଖିଛନ୍ତି । କେହି କେବେ ଭାବି ନଥିଲେ ମାନବ ଜାତିକୁ ଏପରି କଠିନ ସମୟ ଦେଇ ଗତି କରିବାକୁ ପଡିବ । ଏପରି ସ୍ଥିତିରେ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଧନ୍ୟବାଦ ପ୍ରସ୍ତାବରେ ମୋଦିଙ୍କ ବିବୃତି

ସେହିପରି ଏପରି ସ୍ଥିତିରେ ଭାରତ ପାଇଁ ସାରା ଦୁନିଆର ଚିନ୍ତା ଥିଲା । ଭାରତ ଯଦି ଏହାକୁ ସମ୍ଭାଳିନପାରିଲା ତେବେ ପୂରା ମାନବ ଜାତି ଫସିଯିବ । କୋଟି କୋଟି ଲୋକ ଫସିଯିବେ । ଲକ୍ଷଲକ୍ଷ ଲୋକଙ୍କ ଜୀବନ ଚାଲିଯିବ । ହେଲେ ଭାରତ ନିଜର ଦେଶର ନାଗରିକଙ୍କ ରକ୍ଷା କରିବା ପାଇଁ ଅଜଣା ଶତ୍ରୁ ବିରୋଧରେ ଲଢିଲା ବୋଲି ସେ କହିଛନ୍ତି ।

ଏହାସହ କୋରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ 150 ରାଷ୍ଟ୍ରକୁ ଭାରତ ସ୍ବାସ୍ଥ୍ୟ ସରଞ୍ଜାମ ଯୋଗାଇଲା । ଏହା ଭାରତ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ସେହିପରି ବିଶ୍ବର ଅନେକ ରାଷ୍ଟ୍ରରୁ ନିବେଶ କମୁଥିବାବେଳେ ଭାରତରେ ଏହା ବଢୁଛି । ଯାହା ଭାରତର ଅର୍ଥନୀତିକୁ ସୁଦୃଢ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏପରି ସ୍ଥିତିରେ ଭାରତ ଉପରେ ବିଶ୍ବର ନଜର ଏବେ ରହିଛି । ଭାରତ କିପରି ଏହାର ମୁକାବିଲା କରିବା ସହ ନିଜେ ଭ୍ୟାକ୍ସିନ ତିଆରି କରି ଅନ୍ୟ ଦେଶକୁ ଦେଉଛି । ତାହା ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି କୃଷି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମେ ଫସଲ ବୀମା ଯୋଜନାର ପରିସୀମା ବଢାଇଛୁ । କୃଷକ ଆନ୍ଦୋଳନ ଉପରେ ପାର୍ଲାମେଣ୍ଟରେ ଚର୍ଚ୍ଚା ହେଲା । କୃଷକ ଆନ୍ଦୋଳନ କଣ ପାଇଁ ହେଉଛି କେହି କହିଲେନି ।’ ଏହାସହ ବିରୋଧୀ ମାନେ ୟୁଟର୍ଣ୍ଣ ନେଲେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏମଏସପି ଥିଲା, ଅଛି ଓ ରହିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ କୃଷକଙ୍କ ପାଇଁ କିଶାନ ଟ୍ରେନ ଚାଲିଛି । ଛୋଟ କୃଷକଙ୍କୁ କିଶାନ କ୍ରେଡିଟ୍‌ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚାଷୀମାନେ ଲାଭ ପାଉଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଭାରତରେ ଆଜି ଗୋଟିଏ ମାସରେ 4 ଲକ୍ଷ କୋଟି ଡିଜିଟାଲ ପେମେଣ୍ଟ ହେଉଛି । ଭାରତ ମୋବାଇଲ ଫୋନର ନିର୍ମାଣ କ୍ଷେତ୍ରରେ ଦୁନିଆର ସବୁଠାରୁ ବଡ ଦେଶ ହୋଇଛି । ଜଳ, ସ୍ଥଳ, ବାୟୁ, ଅନ୍ତରୀକ୍ଷରେ ଭାରତ ନିଜର ଦକ୍ଷତା ଦେଖାଇଛି । ସର୍ଜିକାଲ ଷ୍ଟ୍ରାଇକ ଠାରୁ ଏୟାର ଷ୍ଟ୍ରାଇକ ପର୍ଯ୍ୟନ୍ତ ଭାରତର ଶକ୍ତି ଦୁନିଆ ଦେଖିଛି ।

ମୋ ସରକାର ଗରିବଙ୍କୁ ସମର୍ପିତ ଅଟେ । ମୁଁ ଖୁସି ଯେ 10 କୋଟିରୁ ଅଧିକ ଶୌଚାଳୟ ତିଆରି ହୋଇଛି । 8କୋଟିରୁ ଅଧିକ ମୁକ୍ତ ଗ୍ୟାସ ଦିଆଯାଇଛି । ଅନେକ ଏପରି ଯୋଜନା ରହିଛି ଯାହା ଗରିବଙ୍କ ଜୀବନକୁ ଅଧିକ ଭଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Last Updated : Feb 8, 2021, 1:48 PM IST

ABOUT THE AUTHOR

...view details