ମୁମ୍ବାଇ: ମହାରାଷ୍ଟ୍ରରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତିକୁ ନେଇ ଆରୋପ ପ୍ରତ୍ୟାରୋପ ଜୋର ଧରିଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ଶିବସେନାର ବରିଷ୍ଠ ନେତା ସଂଜୟ ରାଓ୍ବତ । ସେ କହିଛନ୍ତି ଧାର୍ମିକ ଅନୁଷ୍ଠାନ ଖୋଲିବାରେ ସରକାର ନେଇଥିବା ନିଷ୍ପତ୍ତିରେ କାହାର ବିଜୟ କିମ୍ବା ପରାଜୟ ନୁହେଁ । ତେଣୁ ଏହାକୁ ନେଇ ଶ୍ରେୟ ନେବାରେ଼ କୌଣସି ପ୍ରଶ୍ନ ନାହିଁ ବୋଲି ରାଓ୍ବତ ମତ ରଖିଛନ୍ତି ।
ମାର୍ଚ୍ଚରେ କୋଭିଡ ସଂକ୍ରମଣ ଆଶଙ୍କାକୁ ଦେଖି ସରକାର ମହାରାଷ୍ଟ୍ରରେ ସବୁ ଧାର୍ମିକ ପୂଜାପାଠ ସ୍ଥାନ ବନ୍ଦ ରଖିଥିଲେ । ଦୀର୍ଘ ମାସ ବନ୍ଦ ରହିବା ପରେ ଆସନ୍ତା ସୋମବାର ଠାରୁ ସେସବୁ ପୁର୍ବପରି ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଘୋଷଣା କରିଛନ୍ତି। ଅବଶ୍ୟ ସେସବୁ ସ୍ଥାନରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର । ତେଣୁ ଧାର୍ମିକ ଅନୁଷ୍ଠାନ ଗୁଡିକ ପାଇଁ ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୁରତା ବଜାୟ ରଖିବା ପାଇଁ ଅନୁଷ୍ଠାନ କର୍ତ୍ତୁପକ୍ଷ ଧ୍ୟାନ ଦେବା ସହ ଶ୍ରଧାଳୁ ମାନେ ମଧ୍ୟ ସଚେତନ ଓ ଦାଇତ୍ବଶୀଳ ହେବାକୁ ସରକାର ପରାମର୍ଶ ଦେଇଛନ୍ତି ।