ଓଡିଶା

odisha

ETV Bharat / bharat

ସରକାରୀ ଅର୍ଥ ଅପବ୍ୟୟ ଅଭିଯୋଗ: ପଦବୀରୁ ହଟିଲେ ଭାରତୀୟ ରାଷ୍ଟ୍ରଦୂତ - ପଦବୀରୁ ହଟିଲେ ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ

ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ପଦବୀରୁ ହଟାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୧୯୮୮ ବ୍ୟାଚ ଭାରତୀୟ ବିଦେଶ ସେବା କ୍ୟାଡରର ଏହି କୂଟନୀତିଜ୍ଞଙ୍କ ବିରୋଧରେ ଆସିଥିବା ଅର୍ଥନୈତିକ ଅନିୟମିତତା ତଥା ସରକାରୀ ଅର୍ଥର ଅବବ୍ୟୟ ଅଭିଯୋଗର ତଦନ୍ତ ରିପୋର୍ଟକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ପଢନ୍ତୁ...

Renu Pall Recalled ETV Bharat
ସରକାରୀ ଅର୍ଥର ଅପବ୍ୟୟ ଅଭିଯୋଗ

By

Published : Dec 30, 2019, 8:23 PM IST

ନୂଆଦିଲ୍ଲୀ, 30/12 ( ସ୍ମିତା ଶର୍ମା ): ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ପଦବୀରୁ ହଟାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୧୯୮୮ ବ୍ୟାଚ ଭାରତୀୟ ବିଦେଶ ସେବା କ୍ୟାଡରର ଏହି କୂଟନୀତିଜ୍ଞଙ୍କ ବିରୋଧରେ ଆସିଥିବା ଅର୍ଥନୈତିକ ଅନିୟମିତତା ତଥା ସରକାରୀ ଅର୍ଥର ଅପବ୍ୟୟ କରିବା ଅଭିଯୋଗର ତଦନ୍ତ ରିପୋର୍ଟକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରେଣୁଙ୍କୁ ଡିସେମ୍ବର ୩ ତାରିଖରେ ଏଥିଲାଗି ବଦଳି ଆଦେଶ ଦିଆଯାଇଛି ଏବଂ ୩୦ ତାରିଖରେ ମନ୍ତ୍ରଣାଳୟର ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ଏହାପରେ ସେ ମନ୍ତ୍ରୀସ୍ତରୀୟ କମିଟି ଆଗରେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେବେ। ଯେଉଁ ଅଭିଯୋଗ ସବୁ ତାଙ୍କ ବିରୋଧରେ ରହିଛି ସେ ବାବଦରେ ଆବଶ୍ୟକ ପଚରାଉଚରା କରାଯିବା ନେଇ ସୂଚନା ମିଳିଛି।


ରେଣୁ ପଲ୍ ଅଷ୍ଟ୍ରିଆରେ ରାଷ୍ଟ୍ରଦୂତ ହେବା ସହ ଭିଏନାରେ ଆନ୍ତର୍ଜାତୀୟ ସଙ୍ଗଠନରେ ଭାରତର ପ୍ରତିନିଧିତ୍ବ କରୁଥିଲେ। ଆନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି ( ଆଇଏଇଏ)ରେ ଭାରତର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ସହ ଏକ ସମୟରେ ମଣ୍ଟିନିଗ୍ରୋରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ଜାନୁୟାରୀ ୨୦୨୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିଲା। ଇଟିଭି ଭାରତକୁ ମିଳିଥିବା ତଥ୍ୟାନୁସାରେ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ଠାରୁ ନିର୍ଦେଶ ପାଇବା ପରେ ମନ୍ତ୍ରଣାଳୟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା। ଜଣେ ସ୍ଵତନ୍ତ୍ର ତଦନ୍ତ ଅଧିକାରୀ ଭିଏନା ଯାଇ ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ। ପରେ ସେ ସମ୍ପର୍କିତ ରିପୋର୍ଟକୁ ମନ୍ତ୍ରଣାଳୟ ଭିଜିଲାନ୍ସ କମିଟିକୁ ପ୍ରଦାନ କରିଥିଲା।

ମନ୍ତ୍ରଣାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ପାଖରୁ ମିଳିଥିବା ଖବର ଅନୁସାରେ, ରେଣୁ ପଲ୍ଙ୍କ ବିରୁଦ୍ଧର ଆସିଥିବା ଅର୍ଥନୈତିକ ଅନିୟମିତତା, ଅପବ୍ୟବହାର ଏବଂ ନିୟମର ଉଲ୍ଲଙ୍ଘନ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ମାସିକ ୧୫ ଲକ୍ଷ ଟଙ୍କା ଭଡ଼ା ଦେଇ ଏକ ଘର ଭଡ଼ାରେ ନେବା, ଭ୍ୟାଟ୍‌ ରିଟର୍ନରେ ଫର୍ଜରୀ କରିବା, ମୁଖ୍ୟାଳୟରୁ ମଗା ଯାଉଥିବା ବିଭିନ୍ନ ପ୍ରଶ୍ନରେ ବଭ୍ରାନ୍ତିମୂଳକ ଉତ୍ତର ରଖିବା ତଥା ଆବଶ୍ୟକ ସରକାରୀ ଅନୁମୋଦନ ବିନା ସରକାରୀ ବାସଗୃହରେ କୋଟି କୋଟି ଟଙ୍କାର ଖର୍ଚ୍ଚ କରିବା ଆଦି ଅଭିଯୋଗ ତାଙ୍କ ନାଁରେ ରହିଛି।


ଅଷ୍ଟ୍ରିଆରେ ନିଯୁକ୍ତି ହେବା ପୂର୍ବରୁ ରେଣୁ ପଲ୍‌ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। ବର୍ଲିନ୍‌ ଦୂତାବାସରେ ସେ ମିଶନ ଉପମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥି ପୂର୍ବରୁ ସେ ଯେଉଁ ବର୍ହିର୍ଦ୍ଦେଶୀୟ କାର୍ଯ୍ୟ ନିର୍ବାହ କରିଛନ୍ତି ସେ ଭିତରେ ରହିଛି, ୱାସିଂଟନ ଡିସି, ପ୍ୟାରିସ୍‌ ଏବଂ ମସ୍କୋରେ ଭାରତୀୟ ପ୍ରତିନିଧି ଦାୟିତ୍ଵ। ଆଇଏଫଏସ୍‌ରେ ଯୋଗଦେବା ପୂର୍ବରୁ ରେଣୁ ପଲ୍‌ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଇଣ୍ଡିଆନ୍‌ ସିଭିଲ୍‌ ଆକାଉଣ୍ଟଟାନ୍ସ ସର୍ଭିସ୍‌ ଅଧିକାରୀ ଭାବେ ଯୋଗ ଦେଇଥିଲେ। ସେ ଏଠାରେ ୧୯୮୫ରୁ ୧୯୮୮ ଯାଏ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀଠାରେ ସହକାରୀ ଖାତା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଶାସନରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ହଟାଇବା ଲାଗି ମୋଦି ସରକାରଙ୍କ ସ୍ଵତନ୍ତ୍ର ଯୋଜନା ଏବେ କାର୍ଯ୍ୟକାରୀ ରହିଛି।

ଏହିକ୍ରମରେ ସିବିଡିଟି ( କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ)ରେ କାର୍ଯ୍ୟକରୁଥିବା କମିଶନର ପାହ୍ୟା ଅଧିକାରୀଙ୍କ ସମେତ ୬୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି କ୍ରମରେ ମିଡିଆ ରିପୋର୍ଟ ଏବଂ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବାର୍ଷିକ ସମୀକ୍ଷା ରିପୋର୍ଟର ତର୍ଜମା କରାଯାଉଛି।

ABOUT THE AUTHOR

...view details