ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ପ୍ରାଣ ହରାଇଥିବା ବାଘୁଣୀର ନମୁନା କୋରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଏହି ପ୍ରସିଦ୍ଧ ଧଳା ବାଘୁଣୀ 'କଳ୍ପନା'ର ବୃକକ୍ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିବା ବେଳେ ଏହାର କୋରୋନା ରିପୋର୍ଟ ନେଗେଟିଭ ରହିଛି । ଯାହା ଗୋଟିଏ ପଟେ ଏକ ଆଶ୍ବସ୍ତିକର ଖବର ।
ପରିବେଶ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଧଳା ବାଘୁଣୀ କଳ୍ପନା ବୃକକ୍ ବିଫଳତା ଏବଂ ବୃଦ୍ଧାବସ୍ଥା ସହ ଜଡିତ ଅନ୍ୟ ଜଟିଳତା ରୋଗ କାରଣରୁ ପ୍ରାଣ ହରାଇଛି । ଏଥିରେ କୁହାଯାଇଛି ଯେ କୋଭିଡ -19 ହେତୁ ତାର ମୃତ୍ୟୁ ସନ୍ଦେହ କରିବାର କୌଣସି ଲକ୍ଷଣ କିମ୍ବା ବାହ୍ୟ କାରକ ମିଳିନାହିଁ ।