ଓଡିଶା

odisha

ETV Bharat / bharat

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ‘ରିମୁଭ ଚାଇନା ଆପ୍ସ’ - ଗୁଗୁଲ୍ ପ୍ଲେ ଷ୍ଟୋର

ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ରିମୁଭ୍ ଚାଇନା ଆପ୍ସକୁ ଗୁଗୁଲ ପ୍ଲେ ଷ୍ଟୋର ହଟାଇଦେଇଛି ।

remove china app
ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ‘ରିମୁଭ ଚାଇନା ଆପ୍ସ’

By

Published : Jun 3, 2020, 1:16 PM IST

ନୂଆଦିଲ୍ଲୀ: ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ରିମୁଭ ଚାଇନା ଆପ୍ସ । ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ରିମୁଭ୍ ଚାଇନା ଆପ୍ସକୁ ଗୁଗଲ ପ୍ଲେ ଷ୍ଟୋର ହଟାଇଦେଇଛି । ମେ ମାସରେ ଆସିଥିବା ଏହି ଆପ କିଛି ଦିନ ମଧ୍ୟରେ 50 ଲକ୍ଷରୁ ଅଧିକ ଡାଉନଲୋଡ କରାଯାଇଥିଲା । ଏହି ଆପ ମାଧ୍ୟମରେ ଆପଣ ନିଜ ସ୍ମାର୍ଟଫୋନରେ ସମସ୍ତ ଚାଇନିଜ୍ ଆପ୍ ଡିଲିଟ୍ କରିବାକୁ ସକ୍ଷମ ହୋଇପାରିବେ । ଏହି କାରଣ ପାଇଁ ଭାରତ ଉଠୁଥିବା ଚୀନ ବିରୋଧୀ ଭାବନାର ଲାଭ ଏହି ଆପକୁ ମିଳିଲା ।

ଯେଉଁ ୟୁଜରଙ୍କ ଫୋନରେ ଏହି ଆପ ପୂର୍ବରୁ ଡାଉନଲୋଡ ହୋଇସାରିଛି ସେମାନଙ୍କ ଫୋନରେ ଏହି ଆପ କାମ କରିବ । ଏହା ଦ୍ବିତୀୟ ପ୍ଲେ ଷ୍ଟୋର ଆପ ଅଟେ ଯାହାକୁ ଗୁଗଲ ରିମୁଭ କରିଛି । ଏହାପୂର୍ବରୁ ମଙ୍ଗଳବାର ଟିକଟକ୍ ଭଳି କାମ କରୁଥିବା ମିତ୍ରୋଂ ଆପକୁ ମଧ୍ୟ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।

ସୂଚନା ଅନୁୟାୟୀ, ଏହି ଆପ ଗୁଗଲ ପ୍ଲେ ଷ୍ଟୋରର ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ସାମିଲ ଥିଲା । ରିମୁଭ ଚାଇନା ଆପକୁ ଜୟପୁର କମ୍ପାନୀ ୱାନ ଟଚ୍ ଆପ ଲ୍ୟାବ୍ ଦ୍ୱାରା ବିକଶିତ କରାଯାଇଥିଲା । କମ୍ପାନୀ ଏକ ଟ୍ବିଟ ଜରିଆରେ ପ୍ଲେ ଷ୍ଟୋରରୁ ଆପକୁ ରିମୁଭ କରାଯାଇଥିବା ନେଇ ସୂଚନା ଦେଇଛି । ମାତ୍ର ଟ୍ବିଟରରେ ଆପ ରିମୁଭର କାରଣ ଦର୍ଶାଯାଇନାହିଁ ।

କିନ୍ତୁ ଟେକକ୍ରଞ୍ଚର ରିପୋର୍ଟ ଅନୁଯାୟୀ, ଏହି ଆପ ଗୁଗଲ ପ୍ଲେ ଷ୍ଟୋରର ଭ୍ରମକ ବ୍ୟବହାର ନୀତିର ଉଲ୍ଲଙ୍ଘନ କରିଥିଲା । ଏହି ନୀତି ଅନୁଯାୟୀ, କୌଣସି ଆପ ୟୁଜରଙ୍କର ଡିଭାଇସ୍ ସେଟିଙ୍ଗ କମ୍ବା ଆପ ବାହାରେ ଥିବା ଫିଚରର କୌଣସି ପରିବର୍ତ୍ତନ କରିପାରିବ ନାହିଁ । ଏଥିସହିତ ଏହା ଅନ୍ୟ କୌଣସି ତୃତୀୟ ପକ୍ଷ ଆପକୁ ରିମୁଭ କରିବାକୁ ଦାବି କରିପାରିବ ନାହିଁ । ଅପସାରଣକୁ ମଧ୍ୟ ଉତ୍ସାହିତ କରିବ ନାହିଁ ।

ABOUT THE AUTHOR

...view details