ଓଡିଶା

odisha

ETV Bharat / bharat

ଆମେରିକାର କୋରୋନା ପୀଡିତଙ୍କୁ ଦିଆଯିବ ରେମଡେସିଭିର - remdesivir

ଭାରତର ପ୍ରମୁଖ ଔଷଧ କମ୍ପାନି ସିପ୍ଲା ପକ୍ଷରୁ ଜୁଲାଇ ୧୦ରେ କୋରୋନା ଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଭାରତୀୟ‌ ବଜାରରେ ପ୍ରବେଶ କରିଥିଲା । ତେବେ ଏଭଳି ସ୍ଥିତିରେ ଆମେରିକା ସେମାନଙ୍କ ଦେଶରେ କୋରୋନାରେ ପୀଡିତ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧର ବ୍ୟବହାର କରିବାକୁ ଅନୁମତି ଦେଇଛି। ଏବେ ଆମେରିକାର କୋରୋନା ପୀଡିତଙ୍କୁ ରେମଡେସିଭିର ଦିଆଯିବା ନେଇ ଅନୁମୋଦନ ମଞ୍ଜୁର ହୋଇିଛି । ଅଧିକ ପଢନ୍ତୁ...

ଏବେ ଆମେରିକାର କୋରୋନା ପୀଡିତଙ୍କୁ ଦିଆଯିବ ରେମଡେସିଭିର
ଏବେ ଆମେରିକାର କୋରୋନା ପୀଡିତଙ୍କୁ ଦିଆଯିବ ରେମଡେସିଭିର

By

Published : Aug 30, 2020, 12:18 AM IST

ୱାଶିଂଟନ: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । କୋରୋନା ଟିକା ଔଷଧ ପାଇଁ ସବୁ ଦେଶର ବୈଜ୍ଞାନିକମାନେ ଦିନ ରାତି ଏକ କରି ଦେଇଛନ୍ତି । ଭାରତର ପ୍ରମୁଖ ଔଷଧ କମ୍ପାନି ସିପ୍ଲା ପକ୍ଷରୁ ଜୁଲାଇ ୧୦ରେ କୋରୋନାଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଭାରତୀୟ‌ ବଜାରରେ ପ୍ରବେଶ କରିଥିଲା । ତେବେ ଏଭଳି ସ୍ଥିତିରେ ଆମେରିକା ସେମାନଙ୍କ ଦେଶରେ କୋରୋନାରେ ପୀଡିତ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧର ବ୍ୟବହାର କରିବାକୁ ଅନୁମତି ଦେଇଛି । ଏବେ ଆମେରିକାର କୋରୋନା ପୀଡିତଙ୍କୁ ଦିଆଯିବ ରେମଡେସିଭିର । ଏନେଇ ଅନୁମୋଦନ ମଞ୍ଜୁର ହୋଇଛି ।

ଏବେ ଆମେରିକାର କୋରୋନା ପୀଡିତଙ୍କୁ ଦିଆଯିବ ରେମଡେସିଭିର

ବର୍ତ୍ତମାନ ଏହି ଔଷଧ ଡାକ୍ତରଖାନାରେ ଭର୍ତ୍ତି କୋରୋନା ସଂକ୍ରମିତ ରୋଗୀଙ୍କୁ ଦିଆଯାଇପାରିବ ବୋଲି ଡ୍ରଗ୍ ନିର୍ମାତା କମ୍ପାନୀ ଗିଲିଆଡ୍ ସାଇନ୍ସେସ କହିଛି । ଏହାପୂର୍ବରୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏହି ଔଷଧକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଅଦ୍ୟାବଧି ଏହା କେବଳ କୋରୋନାରେ ପୀଡିତ ରୋଗୀଙ୍କୁ ଦିଆଯାଉଥିଲା। ଅଗଷ୍ଟ 10ରେ, କାଲିଫର୍ନିଆର ଏକ କମ୍ପାନୀ ଗିଲିଆଡ୍ ରେମଡେସିଭିରର ଆନୁଷ୍ଠାନିକ ଅନୁମୋଦନ ପାଇଁ ଆବେଦନ କରିଥିଲା ​​। ଯାହା ବର୍ତ୍ତମାନ ଭେକ୍ଲେରି ବ୍ରାଣ୍ଡ ନାମରେ ବିକ୍ରି ହେବ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ନିକଟରେ ହୋଇଥିବା ଅଧ୍ୟୟନର ଫଳାଫଳ ଉପରେ ଏହା ଆଧାରିତ ଥିଲା। ଏଥିରେ ଥିବା ବିଭିନ୍ନ ସ୍ତରର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗିଲିଆଡର ଅଧ୍ୟୟନରୁ ଜଣାପଡିଛି ଯେ, କୋରୋନା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ରେମଡେସିଭିର ବ୍ୟବହାରର ପାଞ୍ଚ ଦିନ ମଧ୍ୟରେ ଚିକିତ୍ସାରେ ଉନ୍ନତି ହେବାର 65% ଅଧିକ ସମ୍ଭାବନା ରହିଛି।

ABOUT THE AUTHOR

...view details