ଓଡିଶା

odisha

କୋରୋନା ସହାୟତା: 500କୋଟିର ପ୍ରତିଶୃତି ଦେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

By

Published : Mar 30, 2020, 9:06 PM IST

କୋରୋନା ମହାମାରୀର ମୁକାବିଲା ପାଇଁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିବାରୁ ପ୍ରତିଶ୍ରୁତି ଦେଇଛି । ଅଧିକ ପଢନ୍ତୁ...

Reliance Industries announces Rs. 500 crores contribution to PMCARES Fund
କୋରୋନା ମୁକାବିଲା: ରିଲିଆନ୍ସ ଇଣ୍ଡଷ୍ଟ୍ରିଜର 5ଶହ କୋଟି ସହାୟତା

ମୁମ୍ବାଇ: କୋରୋନା ମହାମାରୀର ମୁକାବିଲା ପାଇଁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିବାରୁ ପ୍ରତିଶ୍ରୁତି ଦେଇଛି । ସେହିପରି କୋରୋନା ପାଇଁ ତୃଣମୂଳ ସ୍ତରରେ ନିଜର କାର୍ଯ୍ୟ ଜାରିରଖିଥିବା କଥା ଇଣ୍ଡଷ୍ଟ୍ରିଜ ପକ୍ଷରୁ ପ୍ରକାଶ କରାଯାଇଛି ।

ଦେଶରେ କୋରୋନା ଏକ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ 21 ଦିନ ପାଇଁ ଲକ ଡାଉନ କରିବାକୁ ଆହ୍ବାନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ସଂଗୃହୀତ ଅର୍ଥ କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯିବ ।

ଅନ୍ୟପକ୍ଷରେ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 1071 ରହିଛି । ସେହିପରି କୋରୋନାରେ 30 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉଲ୍ଲେଖ କରିଛି ।

@ANI

ABOUT THE AUTHOR

...view details