ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଡିଜିଟାଲ ଲିଙ୍ଗଗତ ବିଭାଜନକୁ ଦୂର କରିବା ପାଇଁ ଆମେରିକା ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID)ସହିତ ହାତ ମିଳାଇଛି । ମଙ୍ଗଳବାର ଦିନ ଓ୍ବିମେନ ଗ୍ଲୋବାଲ୍ ଡେଭଲପମେଣ୍ଟ ଆଣ୍ଡ ପ୍ରୋସ୍ପୋରିଟି (ଡବ୍ଲୁ-ଜିଡିପି) କାର୍ଯ୍ୟକ୍ରମରେ ଏହି ସହଭାଗିତା ଘୋଷଣା କରାଯାଇଛି ।
ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ନୀତା ଏମ ଅମ୍ବାନୀ କହିଛନ୍ତି, ‘ମିଳିତ ଭାବେ ଆମେ 2020 ମସିହାରେ ଭାରତରେ ଓ୍ବିମେନ ଗ୍ଲୋବାଲ୍ ଡେଭଲପମେଣ୍ଟ ଆଣ୍ଡ ପ୍ରୋସ୍ପୋରିଟି (ଡବ୍ଲୁ-ଜିଡିପି) ମହିଳା କନେକ୍ଟ ଚ୍ୟାଲେଞ୍ଜ ଆରମ୍ଭ କରିବୁ।’
ଡବ୍ଲୁ-ଜିଡିପି ଇଭେଣ୍ଟକୁ ଆମେରିକାର ଡେପୁଟି ସେକ୍ରେଟେରୀ ଷ୍ଟିଫେନ୍ ବିଗୁନ୍ ଆୟୋଜନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଇଭାଙ୍କା ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତିଙ୍କ ଉପଦେଷ୍ଟା ତଥା ଡେପୁଟି ୟୁଏସଏଆଇଡି ଆଡମିନିଷ୍ଟ୍ରେଟର ବୋନି ଗ୍ଲିକ୍ ଯୋଗଦେଇଥିଲେ ।