ନୂଆଦିଲ୍ଲୀ: କୋଭିଡ୍ 19ର ମୁକାବିଲା କରିବାକୁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରିଲାଏନ୍ସ ଗ୍ରୁପ। ଦେଶର ପ୍ରଥମ ବେସରକାରୀ ସଂସ୍ଥା ଭାବେ 100 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ 19 ହସ୍ପିଟାଲ ନିର୍ମାଣ କରି ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର କରିଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛି। କେବଳ ସେତିକି ନୁହେଁ ଲୋକଙ୍କୁ ପରିଷ୍କାର ରଖିବାକୁ ବାର୍ତ୍ତା ଦେଇ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛି।
ପିଏମ କେୟାର୍ସ ଫଣ୍ଡକୁ 500 କୋଟି ଦାନ ପରେ ରିଲାଏନ୍ସ ଗ୍ରୁପକୁ ମୋଦିଙ୍କ ପ୍ରଶଂସା - 500 କୋଟି ଦାନ କଲା ରିଲାଏନ୍ସ
ପିଏମ କେୟାର୍ସ ଫଣ୍ଡକୁ ରିଲାଏନ୍ସ ଟିମର 500 କୋଟି ଦାନ। ଟ୍ବିଟ କରି ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ। ଅଧିକ ଖବର ପଢନ୍ତୁ...
ପିଏମ କେୟାର ଫଣ୍ଡକୁ 500 କୋଟି ଦାନ କଲା ରିଲାଏନ୍ସ , ପ୍ରଶଂସା କଲେ ମୋଦି
ପୁର୍ନବାର ନିଜର ସହଯୋଗର ମନୋବୃତ୍ତି ଦେଖାଇ ଏହି ବେସରକାରୀ ସଂସ୍ଥା ପିଏମ କେୟାର୍ସ ଫଣ୍ଡକୁ 500 କୋଟି ଟଙ୍କା ଦାନ କରିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏହି କାର୍ଯ୍ୟକୁ ପ୍ରଶଂସା କରି ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି।
ତେବେ ଟ୍ବିଟରେ ମୋଦି ଲେଖିଛନ୍ତି, ''କୋରୋନା ମୁକାବିଲା ପାଇଁ ରିଲାଏନ୍ସ ଟିମ୍ ସକ୍ରିୟ ଭାବେ ଆଗକୁ ଆଗେଇ ଆସିଛି। ଏହି ସମୟରେ ସ୍ବାସ୍ଥ୍ୟ ସେବା ଓ ଦରଦୀ ଲୋକଙ୍କୁ ରିଲାଏନ୍ସର ସହଯୋଗ ବାସ୍ତରେ ପ୍ରଶଂସା ଯୋଗ୍ୟ ।’’