ଓଡିଶା

odisha

ETV Bharat / bharat

ଘରେ ଅପଡ଼, ରାଜନୀତିରେ ନିବିଡ଼

ବୟସରେ ରାହୁଲ ପ୍ରିୟଙ୍କା ଠାରୁ 2 ବର୍ଷ ବଡ଼। ରାଜନୀତି ଦୁନିଆକୁ ଛାଡ଼ି ଦେଲେ ନିଜ ବ୍ୟକ୍ତିଗତ ଜୀବନରେ ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କ ବହୁ ଦୃଢ଼ ଓ ବିଶ୍ବସନୀୟ। ଏହାର ଉଦାହରଣ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଓ ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ। ଖାଲି ଯେ, କ୍ୟାମେରା ସାମ୍ନାରେ ସେମାନେ ଭାଇ-ଭଉଣୀ, ତାହା ନୁହେଁ ବାସ୍ତବ ଜୀବନରେ ମଧ୍ୟ ସେ ସାଧାରଣ ଘରର ପିଲାଙ୍କ ପରି ଅଳି-ଅଝଟି କରୁଥିବା ଭାଇ ଭଉଣୀ।

ଘରେ ଅପଡ଼, ରାଜନୀତିରେ ନିବିଡ଼
ଘରେ ଅପଡ଼, ରାଜନୀତିରେ ନିବିଡ଼

By

Published : Aug 31, 2020, 1:04 PM IST

ନୂଆଦିଲ୍ଲୀ: ଘରେ ଭାଇ-ଭଉଣୀ ଝଗଡ଼ା ନ ହେଲେ ସେ ଘର ଭଲ ଲାଗେନି। ଭାଇ ପାଖରେ ଭଉଣୀ କି ଭଉଣୀ ପାଖରେ ଭାଇ ନଥିଲେ ସେ ଘର ବି ଶୋଭା ପାଏନି। ଘର ଖାଁ ଖାଁ ଲାଗେ। ସେଥିପାଇଁ ଦୁଇଜଣ ହିଁ ସମ୍ପର୍କର ସେତୁ। ‌ଆମେ ଆଜି ଏପରି ଭାଇ-ଭଉଣୀଙ୍କ କଥା କହୁଛୁ; ଯିଏ ଘରେ ଝଗଡ଼ା କରୁଥିଲେ ବି ରାଜନୀତି ମଇଦାନରେ ଏକାଠି ହୋଇ ଦେଶକୁ ନେତୃତ୍ବ ଦେବାର ସ୍ବପ୍ନ ଦେଖୁଛନ୍ତି। ସଭା ସମିତିରେ କେହି କାହାର ପାଖ ଛାଡ଼ନ୍ତିନି। କାହାରୁ ଭୁଲଟିଏ ହୋଇଗଲେ ଅନ୍ୟଜଣେ ବାଟ କଢ଼ାଇ ନିଏ। ତେଣିକି ସେ କୌଣସି ବି କ୍ଷେତ୍ର ହେଉ ନା କାହିଁକି।

ଘରେ ଅପଡ଼, ରାଜନୀତିରେ ନିବିଡ଼

ରାଜନୀତି ହେଉ ଅବା ଚଳଚ୍ଚିତ୍ର ଜଗତ, ଅଥବା ଖେଳ ଜଗତ । ସମାନ କ୍ଷେତ୍ରରେ ଭାଇ-ଭଉଣୀ କାମ କରୁଥିଲେ ମଧ୍ୟ ସ୍ନେହ ଓ ଆଦର କମ ହୋଇନଥାଏ। ଓଲଟା ସାହାଯ୍ୟ ମିଳିଥାଏ। ଆଜି ଆମେ ଏମିତି ରାଜନୀତିରେ ପାଦ ଥାପିଥିବା ଭାଇ-ଭଉଣୀଙ୍କ ବିଷୟରେ ଜଣାଇବୁ, ଯିଏ କି ପ୍ରତି ମୁହୂର୍ତ୍ତରେ ସାଥିରେ ଥାଆନ୍ତି । ତେଣିକି ସେ ଯେ କୌଣସି ସଭାସ୍ଥଳ ହେଉ; ଅଥବା ନିର୍ବାଚନ ରାଲି, ସବୁଆଡେ ଉଭୟଙ୍କୁ ପ୍ରାୟ ଏକାସାଥିରେ ଦେଖାଯାଏ। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୁତ୍ରୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ପୁତ୍ର କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ।

ଘରେ ଅପଡ଼, ରାଜନୀତିରେ ନିବିଡ଼




ବୟସରେ ରାହୁଲ ପ୍ରିୟଙ୍କା ଠାରୁ 2 ବର୍ଷ ବଡ଼। ରାଜନୀତି ଦୁନିଆକୁ ଛାଡ଼ି ଦେଲେ ନିଜ ବ୍ୟକ୍ତିଗତ ଜୀବନରେ ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କ ବହୁ ଦୃଢ଼ ଓ ବିଶ୍ବସନୀୟ। ଏହାର ଉଦାହରଣ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଓ ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ। ଖାଲି ଯେ, କ୍ୟାମେରା ସାମ୍ନାରେ ସେମାନେ ଭାଇ-ଭଉଣୀ, ତାହା ନୁହେଁ ବାସ୍ତବ ଜୀବନରେ ମଧ୍ୟ ସେ ସାଧାରଣ ଘରର ପିଲାଙ୍କ ପରି ଅଳି-ଅଝଟି କରୁଥିବା ଭାଇ ଭଉଣୀ। ଭାଇ-ଭଉଣୀର ଅର୍ଥ କଣ, ତାହା ଏହି ଦୁଇ ରାଜନୀତି କ୍ଷେତ୍ରରେ ଏହି ଦୁଇ ଭାଇ-ଭଉଣୀଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼େ।



ନିର୍ବାଚନୀ ରାଲି ହେଉ ଅବା କୌଣସି ସଭା-ସମିତିରେ ମୁଖ୍ୟ ଅତିଥି। ପ୍ରିୟଙ୍କା ସବୁବେଳେ ରାହୁଲଙ୍କ ପଛରେ ଠିଆ ହୋଇଥିବେ ଓ ରାହୁଲ ମଧ୍ୟ ପ୍ରିୟଙ୍କାଙ୍କ ପଛରେ। ଏହି ଦୃଶ୍ୟ ଦେଖିଲେ ଅନୁଭବ ହୁଏ ଯେ, ଯେପରି ରାହୁଲଙ୍କୁ ପ୍ରିୟଙ୍କା ପଛପଟୁ ସାହସ ଦେଉଛନ୍ତି । ଯାହାକି ଜଣେ ଭଉଣୀ କରିଥାଏ। କାଳେ ଭାଷଣରେ ଯଦି ରାହୁଲ ଅଟକିଯାଆନ୍ତି, ତେବେ ପ୍ରିୟଙ୍କା ତାଙ୍କୁ ବାଟ ବତାଇ ଦେଇଥାଆନ୍ତି । ପ୍ରିୟଙ୍କାଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ସେଇଆ ହୁଏ। ଭାଇ ରାହୁଲ ସଦାସର୍ବଦା ପ୍ରିୟଙ୍କା ଥିବା ମଞ୍ଚରେ ବସିଥାଆନ୍ତି । ପ୍ରିୟଙ୍କା ଯେପରି ଦଳ ବିରୋଧୀ କୌଣସି ମନ୍ତବ୍ୟ ନ ଦିଅନ୍ତୁ, ସେ ନେଇ ରାହୁଲ ପ୍ରିୟଙ୍କାଙ୍କୁ ପରାମର୍ଶ ଦେଇଥାଆନ୍ତି । ସବୁ ସମୟରେ ସେ ଢାଲ ଭଳି ପ୍ରିୟଙ୍କାଙ୍କ ପାଖାପାଖି ରହିଥାଆନ୍ତି। ବହୁ ସମୟରେ ଏହି ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥାଏ।

କଂଗ୍ରେସ ମହାସଚିବଙ୍କ ଭାଇଦୁଜ:


ସାଧାରଣ ଭଉଣୀ ଭଳି ପ୍ରିୟଙ୍କା ମଧ୍ୟ ନିଜ ଭାଇ ରାହୁଲ ପାଇଁ 'ଭାଇଦୁଜ' ବ୍ରତ ପାଳିଥାଆନ୍ତି। ଭାଇର ସୁଖ-ସମୃଦ୍ଧି କାମନା ନେଇ ପ୍ରିୟଙ୍କା ପ୍ରତ୍ୟେକ ବର୍ଷ ଏହି ବ୍ରତ କରିଥାଆନ୍ତି। କିପରି ତାଙ୍କ ଭାଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବ, ରାଜନୀତିରେ ନିଜ ସମକକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ କିପରି ସାମ୍ନା କରିବ, ଏହାନେଇ ସେ ମାନସିକ କରିଥାଆନ୍ତି । ଗତବର୍ଷ ଭାଇଦୁଜ ଅବସରରେ ପ୍ରିୟଙ୍କା ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ପ୍ରିୟଙ୍କା ଭାଇ ରାହୁଲଙ୍କୁ ଭାଇଦୁଜର ଶୁଭେଚ୍ଛା ଜଣାଇବା ସହ 'ଆଇ ଲଭ୍ ୟୁ @rahulgandhi ବୋଲି ଲେଖିଥିଲେ। ଏହାସହ ପିଲାବେଳ ଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁଠୁ ଫଟୋ ଗୁଡିକୁ କୋଲାଜ କରିଥିଲେ।

ଘରେ ଅପଡ଼, ରାଜନୀତିରେ ନିବିଡ଼
ପ୍ରିୟଙ୍କା ଓ ରାହୁଲଙ୍କ ରାକ୍ଷୀ ପୂର୍ଣ୍ଣିମା:


ଖାଲି ଏତିକି ନୁହେଁ, ପ୍ରିୟଙ୍କା ଖୁବ୍ ଆଡମ୍ବର ସହକାରେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପାଳନ କରିଥାଆନ୍ତି । ରାହୁଲଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଶୁଭ ମନାସି ଥାଆନ୍ତି । ଚଳିତବର୍ଷ ରାହୁଲ ଓ ପ୍ରିୟଙ୍କା ଉଭୟ ତାଙ୍କ ଟ୍ବିଟର ଆକାଉଣ୍ଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଉଭୟ ଉଭୟଙ୍କୁ ନିଜର ସାହସ କହିଥିଲେ। ପ୍ରିୟଙ୍କା ନିଜ ଭାଇ ରାହୁଲଙ୍କୁ ଦୁନିଆର ସବୁଠୁ ‘ବେଷ୍ଟ ବ୍ରଦର’ ବୋଲି କହିଥିଲେ। ଏହାସହ ଏମିତି ଭାଇ ମିଳିବା ଗର୍ବର ବିଷୟ ବୋଲି ମଧ୍ୟ କହିଥିଲେ। ଏହାସହ ରାହୁଲ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଥିଲେ।

ପିଲାବେଳେ ରାହୁଲ-ପ୍ରିୟଙ୍କାଙ୍କ ଅଧିକାଂଶ ସମୟ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହ ହିଁ ବିତୁଥିଲା। ଇନ୍ଦିରା ଗାନ୍ଧୀ ମଧ୍ୟ ଉଭୟଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ଇନ୍ଦିରା ତାଙ୍କ ସହ ଛୋଟ ପିଲା ଭଳି କଥା କହୁଥିଲେ ଓ ଖେଳୁଥିଲେ ମଧ୍ୟ। ରାହୁଲ-ପ୍ରିୟଙ୍କାଙ୍କ ଶୈଶବ ସମୟର ଅଧିକାଂଶ ଫଟୋ ଇନ୍ଦିରା ଗାନ୍ଧୀଙ୍କ ସହ ଉଠିଛି । ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ ରାହୁଲ ଏକପ୍ରକାର ଭାଙ୍ଗି ପଡିଥିଲେ। ତେଣୁ ସୋନିଆ ତାଙ୍କୁ ନିଜ ପାଖରୁ ଦଣ୍ଡେ ମାତ୍ର ଛାଡ଼ୁ ନଥିଲେ।

ଘରେ ଅପଡ଼, ରାଜନୀତିରେ ନିବିଡ଼
ପିଲାବେଳେ ବହୁତ ଝଗଡ଼ା ହେଉଥିଲା...


ରାହୁଲ ପ୍ରିୟଙ୍କାଙ୍କ ଠାରୁ ବଡ଼ ହୋଇଥିଲେ ହେଁ ଉଭୟଙ୍କ ମଧ୍ୟରେ ଉତ୍ତମ ସ୍ନେହ ଥିଲା। ଗତବର୍ଷ ପୁନେରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାହୁଲ ଛାତ୍ରଙ୍କୁ ସମ୍ବୋଧିତ କରି ପ୍ରିୟଙ୍କା ଓ ତାଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯେତେବେଳେ ଛାତ୍ରମାନେ ରାହୁଲଙ୍କୁ ପ୍ରିୟଙ୍କାଙ୍କ ସହ ସମ୍ପର୍କ ବିଷୟରେ ପଚାରିଲେ, ସେତେବେଳେ ରାହୁଲ କହିଥିଲେ 'ପ୍ରିୟଙ୍କା ଓ ମୋ ଭିତରେ ପିଲାବେଳେ ବହୁତ ଝଗଡ଼ା ହେଉଥିଲା, ପ୍ରିୟଙ୍କା ମିଠା ଖୁଆଇ ସବୁବେଳେ ମୋତେ ମୋଟା କରିବାକୁ ଚେଷ୍ଟା କରୁଥିଲେ'।

ପ୍ରିୟଙ୍କା ମୋ ଭଉଣୀ ନୁହେଁ, ସେ ମୋ ବେଷ୍ଟ ଫ୍ରେଣ୍ଡ...


ଏହାସହ ରାହୁଲ କହିଥିଲେ, 'ମୁଁ ମୋ ଜୀବନରେ ପିଲାବେଳ ଠାରୁ ବହୁତ ହିଂସା ଦେଖିଛି, ମୋ ଜେଜେ ମା'ଙ୍କୁ ହତ୍ୟା କରାଯାଇଥିଲା। ମୋ ବାପାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ସମୟରେ ପ୍ରିୟଙ୍କା ମୋ ଭଉଣୀ ଅପେକ୍ଷା ମୋ ବେଷ୍ଟ ଫ୍ରେଣ୍ଡ ଭଳି ମୋତେ ସମ୍ଭାଳିଛି । କେବଳ ଏହି କାରଣରୁ ହିଁ ପ୍ରିୟଙ୍କା ଓ ମୋ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢି ଉଠିପାରିଛି । ଉଭୟ ଉଭୟଙ୍କୁ ଭଲଭାବେ ବୁଝିପାରିଛୁ। ପରସ୍ପର ମଧ୍ୟରେ ଝଗଡା ହୋଇଥିଲେ କେତେବେଳେ ସେ ମୋତେ କ୍ଷମା ମାଗିଥାଏ ତ ଆଉ ମୁଁ କେତେବେଳେ ତା ଆଗରେ ମୁଣ୍ଡ ନୁଆଁଇଦେଇଥାଏ'। ପୁଣି କେତେବେଳେ ସାମାନ୍ୟ ମତାନ୍ତର ହେଲେ 50ଥର ଏମିତି ସମୟ ଆସିଛି ଯେ, କେତେବେଳେ ସେ ପଛଘୁଞ୍ଚା ଦେଇଥାଏ, ତ ଆଉ କେତେବେଳେ ମୁଁ ମୋ ଭୁଲ ମାନି ନେଇଥାଏ। ଏବେ ଆମ ଦୁଇ ଜଣଙ୍କ ମଧ୍ୟରେ ଏମିତି କିଛି ଝଗଡା ହେଉନି କି, ଯାହାକୁ ନେଇ ଆମ ସମ୍ପର୍କ ଭିତରେ ଫାଟ ସୃଷ୍ଟି ହେବ'।

ଘରେ ଅପଡ଼, ରାଜନୀତିରେ ନିବିଡ଼
ରାକ୍ଷୀ ପୂର୍ଣ୍ଣିମା ମୋ ପାଇଁ ମହତ୍ବପୂର୍ଣ୍ଣ...


ସବୁ ଭାଇମାନଙ୍କ ଭଳି ମୋ ପାଇଁ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ବହୁତ ଗୁରୁତ୍ବ ରଖେ। ପ୍ରିୟଙ୍କାର ରାକ୍ଷୀ ମୋ ପାଇଁ ବହୁତ ସ୍ପେଶାଲ। ରାକ୍ଷୀ ପୂର୍ଣ୍ଣିମାକୁ ମୁଁ ଚାତକ ଭଳି ଚାହିଁଥାଏ। ପ୍ରିୟଙ୍କାର ରାକ୍ଷୀକୁ ମୁଁ ସେତେପର୍ଯ୍ୟନ୍ତ ଖୋଲି ନଥାଏ, ଯେତେପର୍ଯ୍ୟନ୍ତ ସିଏ ନିଜେ ନିଜେ ଖୋଲି ନ ଯାଇଥାଏ। ସ୍ନେହର ସୂତାକୁ ମୁଁ ସାଇତି ରଖିଥାଏ।

ଘରେ ଅପଡ଼, ରାଜନୀତିରେ ନିବିଡ଼
ଏହି ଷ୍ଟୋରୀରୁ ଏହା ପ୍ରମାଣିତ ହୁଏ ଯେ, ଜଣେ ଭାଇ ପାଇଁ ତା ଭଉଣୀ ଯେତିକି ଗୁରୁତ୍ବପୂର୍ଣ୍ଣ, ଜଣେ ଭଉଣୀ ପାଇଁ ତା ଭାଇ ସେତିକି ମହତ୍ତ୍ବପୂର୍ଣ୍ଣ। ଈଶ୍ବରଙ୍କ ହାତରେ ଗଢ଼ା ହୋଇଥିବା ଏ ସମ୍ପର୍କ ଚିର ସ୍ମରଣୀୟ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details