ଓଡିଶା

odisha

ETV Bharat / bharat

ଜାନୁଆରୀ 31 ସୁଦ୍ଧା ଡ୍ରୋନ ପଞ୍ଜିକୃତ ବାଧ୍ୟତାମୂଳକ - ଡ୍ରୋନ ପଞ୍ଜୀକୃତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଏଣିକି ପାଖରେ ଡ୍ରୋନ ରଖିଥିବା ସମସ୍ତ ଭାରତୀୟ ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

drone
ଡ୍ରୋନ

By

Published : Jan 13, 2020, 10:10 PM IST

ନୂଆଦିଲ୍ଲୀ: ଇରାନର ଟପ କମାଣ୍ଡର ଜେନେରାଲ ସୁଲେମାନିଙ୍କ ହତ୍ୟାପରେ ଜାଗୃତ ହେଲେ ଭାରତ ସରକାର । ନିଜ ପାଖରେ ଡ୍ରୋନ ରଖିଥିବା ସମସ୍ତ ନାଗରିକଙ୍କୁ ଜାନୁଆରୀ 31 ତାରିଖ ସୁଦ୍ଧା ଏହାର ପଞ୍ଜୀକରଣ କରିବାରୁ ନିର୍ଦ୍ଦେଶ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏହା ସହିତ ଅଣପଞ୍ଜୀକୃତ ଡ୍ରୋନ ଏବଂ ତା'ର ବ୍ୟବହାରକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଆମେରିକୀୟ ଡ୍ରୋନ ଦ୍ବାରା ସୁଲେମାନିଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଦେଶରେ ବଡ ସଂଖ୍ୟକ ଡ୍ରୋନ ଏବଂ ଡ୍ରୋନ ବ୍ୟବହାରକାରୀ ବେସାମରିକ ବିମାନ ନିୟାମକ (ସିଏଆର)ର ପାଳନ କରୁନାହାନ୍ତି । ଏହି ପରିପେକ୍ଷୀରେ ସେମାନଙ୍କୁ ଏକ ସୁଯୋଗ ଦିଆଯାଉଛି ଯେ, ସେମାନେ ନିଜ ଡ୍ରୋନର ପଞ୍ଜୀକରଣ ଜାନୁଆରୀ 31 ତାରିଖ ସୁଦ୍ଧା କରନ୍ତୁ । ଏଭଳି ନକରିବା ଦ୍ବାରା ସେମାନଙ୍କୁ ଆଇପିସିର ଧାରା 287, 336, 337 ଏବଂ 338 ଅଧିନରେ ଦାୟିତ୍ବହୀନତା ଏବଂ ଯନ୍ତ୍ରର ଦୂରୁପଯୋଗରୁ ମାନବଜୀବନ ଉପରେ ସଙ୍କଟ ଏବଂ କ୍ଷତି ପହଞ୍ଚାଇବା ନେଇ 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପଞ୍ଜୀକରଣରେ ଡ୍ରୋନ ସ୍ବୀକୃତି ସଂଖ୍ୟା ଏବଂ ମାଲିକାନା ସ୍ବୀକୃତି ସଂଖ୍ୟା ଯୋଗାଇ ଦିଆଯିବ । ଏହି ସଂଖ୍ୟା ଥିବା ଡ୍ରୋନ ଏବଂ ବ୍ୟବହାରକାରୀଙ୍କ ବୈଧ ବୋଲି ବିବେଚିତ କରାଯିବ । ଏହି ସଂଖ୍ୟା ବିନା ଡ୍ରୋନ ରଖିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ABOUT THE AUTHOR

...view details