ଓଡିଶା

odisha

ETV Bharat / bharat

ଓଜନ ହ୍ରାସ ପାଇଁ ପିଅନ୍ତୁ ମସାଲା ଚା'

ବର୍ତ୍ତମାନ ସମୟରେ ସମସ୍ତେ ବଢୁଥିବା ଓଜେନ ପାଇଁ ଚିନ୍ତିତ। ଏଥିପାଇଁ ଫ୍ୟାସନରେ ପରିଣତ ହୋଇଗଲାଣି ଜିମ । ଯୁବବର୍ଗଙ୍କଠୁ ବୟସ୍କ ସମସ୍ତେ ଘଣ୍ଟାଘଣ୍ଚା ସମୟ ଜିମରେ ଝାଳ ବୁହାଇ ଓଜନ ହ୍ରାସ କରୁଛନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ମସାଲା ପାନୀୟ ଓ ଚାହା ଘରେ ପ୍ରସ୍ତୁତ କରୁଛନ୍ତି ।

By

Published : May 8, 2019, 2:33 PM IST

ଫାଇଲ ଫଟୋ

ଆଜିକାଲି ସମସ୍ତେ ବଢୁଥିବା ଓଜନ ପାଇଁ ଚିନ୍ତିତ। ଏଥିପାଇଁ ଫ୍ୟାସନରେ ପରିଣତ ହୋଇଗଲାଣି ଜିମ । ଯୁବବର୍ଗଙ୍କ ଠୁ ବୟସ୍କ ସମସ୍ତେ ଘଣ୍ଟାଘଣ୍ଚା ସମୟ ଜିମରେ ଝାଳ ବୁହାଇ ଓଜୋନ ହ୍ରାସ କରୁଛନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ମସାଲା ପାନୀୟ ଓ ଚାହା ଘରେ ପ୍ରସ୍ତୁତ କରୁଛନ୍ତି ।

ଏଥିପାଇଁ ଜଣେ ଚାହିଁଲେ ଘରେ ଆୟୁର୍ବେଦିକ ଚା ପ୍ରସ୍ତୁତ କରିପାରିବ। ଆୟୁର୍ବେଦିକ ପଦାର୍ଥରେ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା ଶରୀରରେ ଫାଟାବୋଲିଜିମ ବଢାଇବାରେ ସାହାଯ୍ୟ କରେ। କିନ୍ତୁ ମେଟାବୋଲିଜିମ ଶରୀରର ଓଜନ ହ୍ରାସ କରିଥାଏ ।

ଯଦି ଆପଣ ଇଭୋରୀ ସ୍ପାଇସର ଚାହା ବନାଉଛନ୍ତି ଏହା ଶରୀରରକୁ ଫାଇଦା ଦେବାସହ ଓଜନ ହ୍ରାସ କରିବ। ଯଦି ଆପଣ ପ୍ରତ୍ୟେକ ଦିନ ମୁଣ୍ଡବ୍ୟଥାର ସାମ୍ନା କରୁଛନ୍ତି ତେବେ ଏହି ଚାହା ପିଇଲେ ସଙ୍ଗେ ସଙ୍ଗେ ଆରାମ ମିଳିବ । ଏହା ବ୍ୟତୀତ ଏଥିରେ ଥିବା ମିନେରାଲ ଓ ଆଣ୍ଚିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ଆସନ୍ତୁ ଜାଣିବା ମସାଲା ଚାହାର ପ୍ରସ୍ତୁତି ପ୍ରଣାଳୀ

10 ଟି ଲବଙ୍ଗ, 15 ଗୁଜୁରାତି ଓ 3 ଚାମଚ ଗୋଲ ମରିଚ, 3 ଚାମଚ ପାନମଧୁରୀ ନିଅନ୍ତୁ। ଏହାପରେ ସର୍ବପ୍ରଥମେ ଗୁଜୁରାତି ଓ ଗୋଲ ମରିଚ ଓ ପାନ ମଧୁରିକୁ 2ମିନିଟ ପର୍ଯ୍ୟନ୍ତ କଢେଇରେ ହାଲକା ଆଞ୍ଚରେ ଗରମ କରନ୍ତୁ । ପରେ ପରେ ସେଥିରେ ଡାଲଚିନର ଛୋଟ ଛୋଟ ଗୁଣ୍ଡ କରି 30 ରୁ 40 ସେକେଣ୍ଡ ପର୍ଯ୍ୟନ୍ତ ଗରମ କରନ୍ତୁ । ମସାଲା ଥଣ୍ଡା ହେବା ପରେ ଏଥିରେ ସୁଣ୍ଠି ପାଉଡର ପକାନ୍ତୁ । ସବୁ ଭଜା ମସାଲାକୁ ଗ୍ରାଇଣ୍ଡ କରି ଚାହାରେ ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମସାଲା ଚାହା ।

For All Latest Updates

ABOUT THE AUTHOR

...view details