ଓଡିଶା

odisha

ETV Bharat / bharat

ଲକଡାଉନରେ ଅଥୟ କରୁଛି ତାମମାତ୍ରା, ଉତ୍ତର ରାଜ୍ୟ ଗୁଡିକୁ ରେଡ ଆଲର୍ଟ ଜାରି - "Red" Heatwave Alert For Most North Indian States

ଲକଡାଉନ ସରିବାକୁ ଅଳ୍ପଦିନ । ସେପଟେ ବାହାରକୁ ଗଲେ ଡହ ଡହ ଖରା । ସମସ୍ତଙ୍କୁ ଯେପରି ଅଥୟ କରିସାରିଲାଣି ଗରମ । ମଙ୍ଗଳବାର ସୁଦ୍ଧା ଦେଶର ଉତ୍ତର ରାଜ୍ୟ ଗୁଡିକରେ ତାପମାତ୍ରା 48 ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଥିବା ବେଳେ ରେଡ ଆଲର୍ଟ ଜାରି କରାଯାଇଛି।

ଲକଡାଉନରେ ଅଥୟ କରୁଛି ତାମମାତ୍ରା,  ଉତ୍ତର ରାଜ୍ୟ ଗୁଡିକୁ ରେଡ ଆଲର୍ଟ
ଲକଡାଉନରେ ଅଥୟ କରୁଛି ତାମମାତ୍ରା, ଉତ୍ତର ରାଜ୍ୟ ଗୁଡିକୁ ରେଡ ଆଲର୍ଟ

By

Published : May 25, 2020, 9:23 AM IST

ନୂଆଦିଲ୍ଲୀ: କୋରୋନା କଷ୍ଟକୁ ପୁଣି ଏବେ ଅଥୟ କରୁଛି ଦିନର ତାପମାତ୍ରା । ମଙ୍ଗଳବାର ସୁଦ୍ଧା ଦିଲ୍ଲୀର ଦିନର ତାପମାତ୍ରା 48 ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ସପ୍ତାହରେ ଦେଶର ଉତ୍ତର ରାଜ୍ୟ ଗୁଡିକୁ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ତାପମାତ୍ରା ବଢିବା ନେଇ ଅନୁମାନ କରାଯାଇଛି ।

ମେ 28 ପରେ ତାତିରୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି । ପଶ୍ଚିମାଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଆଇଏମଡିର ଦୈନିକ ବୁଲେଟିନ୍ ରବିବାର କହିଛି ଯେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିଦର୍ଭ ଏବଂ ତେଲେଙ୍ଗାନାରେ ପ୍ରବଳ ଗରମ ଅନୁଭବ ହେବ । ତାପମାତ୍ରା 46-48 ଡିଗ୍ରୀ ମଧ୍ୟରେ ବଢିବାର ସମ୍ଭାବନା ରହିଛି ।

ତେବେ ପ୍ରତ୍ୟେକ ବର୍ଷ ତାପମାତ୍ରାକୁ ଦେଖି ସବୁଜ, ହଳଦିଆ, କମଳା ଏବଂ ନାଲି ଚେତାବନୀ ଦିଆଯାଇଥାଏ । ଚଳିତବର୍ଷ ପ୍ରଥମଥର ପାଇଁ ଦେଶର ଉତ୍ତର ରାଜ୍ୟ ଗୁଡିକ ଗ୍ରୀଷ୍ମରେ ରେଡ ୱାର୍ଣ୍ଣିଂ ଦିଆଯାଇଛି । ଘରୁ ଅପରାହ୍ନ 1 ରୁ 5 ଟା ମଧ୍ୟରେ ଘରୁ ନବାହାରିବାକୁ ଚେତାବନୀ ଦିଆଯାଇଛି ।

ବିଶେଷ କରି ଲକଡାଉନରେ ଏପରି ଗରମରେ ଅଧିକ ଅସୁବିଧା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ । ଲକ୍ଷ ଲକ୍ଷ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ଅନେକ ଲୋକ ଦିନର ଉତ୍ତାପରୁ ବଞ୍ଚିବା ପାଇଁ ରାତିରେ ଦିଲ୍ଲୀର ଯମୁନା ନଦୀ ପାର ହୋଇଥିବାର ଦେଖିବାକୁ ମିଳୁଛି ।

ଛତିଶଗଡ, ଓଡିଶା, ଗୁଜୁରାଟ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ବିଦର୍ଭ, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମ, ରୟାଲସିମା ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଏହି ସପ୍ତାହ ମଧ୍ୟଭାଗ ପର୍ଯ୍ୟନ୍ତ ତାପମାତ୍ରା ଅଧିକରୁ ଅଧିକ ରହିବ ବୋଲି ଆକଳନ ହୋଇଛି ।

ABOUT THE AUTHOR

...view details