ଶ୍ରୀନଗର: ଜମ୍ମୁ- ଶ୍ରୀନଗର ହାଇୱେରେ ଆକ୍ରମଣ ହେବା ନେଇ ଗୁଇନ୍ଦାରୁ ସୂଚନା ମିଳିବା ପରେ ହାଇୱେରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ରାସ୍ତା ଉପରେ କଡା ନଜର ରଖାଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ରବିବାର ସକାଳ ସମୟରେ ରାଷ୍ଟ୍ର ମାର୍ଗରେ ଆତଙ୍କୀ ଆକ୍ରମଣ ହେବା ନେଇ ସୂଚନା ମିଳିଥିଲା।
ଆତଙ୍କୀ ଟାର୍ଗେଟରେ ଜମ୍ମୁ-ଶ୍ରୀନଗର ହାଇୱେ, ରେଡ୍ ଆଲର୍ଟ ଜାରି - ଜମ୍ମୁ-ଶ୍ରୀନଗର ହାଇୱେ
ଆତଙ୍କୀ ଟାର୍ଗେଟରେ ଜମ୍ମୁ-ଶ୍ରୀନଗର ହାଇୱେ। ରବିବାର ସକାଳୁ ହାଇୱେ ଉପରେ ଆତଙ୍କୀ ଆକ୍ରମଣ ନେଇ ଆଶଙ୍କା ପରେ ଶ୍ରୀନଗରରେ ରେଡ୍ ଆଲର୍ଟ କରାଯାଇଛି।
![ଆତଙ୍କୀ ଟାର୍ଗେଟରେ ଜମ୍ମୁ-ଶ୍ରୀନଗର ହାଇୱେ, ରେଡ୍ ଆଲର୍ଟ ଜାରି](https://etvbharatimages.akamaized.net/etvbharat/images/768-512-2996999-thumbnail-3x2-red-alertjpg.jpg)
ଫାଇଲ ଫଟୋ
ଆଗକୁ ନିର୍ବାଚନ ଥିବାରୁ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ହାଇୱେ ଉପରେ କଡା ନଜର ରଖାଯାଇଛି। ଯେଉଁ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ରାସ୍ତାରେ ଯାନବାହାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି। ଏସଏଚଓ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ୍ କରାଯିବ ବୋଲି କୁହାଯାଇଛି।
ଆଗକୁ ନିର୍ବାଚନ ଥିବାରୁ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-ଶ୍ରୀନଗର ହାଇୱେରେ ହାଇଆଲର୍ଟ ଜାରି କରାଯାଇଛି। ଯାନବାହାନ ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି।