ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇ ସରକାରଙ୍କୁ ପୁଣି ଘେରିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବାରୁ ଯୁବଗୋଷ୍ଠୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ବରେ ଥିବା ପ୍ରିୟଙ୍କା ଏବାବଦରେ ସୋମବାର ଏକ ଟ୍ବିଟ୍ କରି ଲେଖିଛନ୍ତି,‘ଉତ୍ତରପ୍ରଦେଶର ନିଯୁକ୍ତି ବ୍ୟବସ୍ଥା ଦୁର୍ନୀତି ଗ୍ରସ୍ତ । ଭୁଲ୍ ପରିଚାଳନା, ଦୁର୍ନୀତି ତଥା ନିଯୁକ୍ତିରେ ମାଫିଆଙ୍କ ହସ୍ତକ୍ଷେପ ହେଉଥିବାରୁ ନିଯୁକ୍ତି କେଉଁଠି ରଦ୍ଦ ହୋଇଯାଉଛି, ତ କେଉଁଠି ମାମଲା କୋର୍ଟରେ ପଡିରହୁଛି ।’
ଯେଉଁଥିଲାଗି ଏବେ ଯୁବଗୋଷ୍ଠୀ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଆଉ ଚୁପ୍ଚାପ ବସିବେ ନାହିଁ । ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଦୁର୍ନୀତିକୁ ବଦଳାଇ ହିଁ ନିଶ୍ବାସ ନେବେ ବୋଲି ସେ ଟ୍ବିଟ୍ରେ ଦର୍ଶାଇଛନ୍ତି ।