ଓଡିଶା

odisha

By

Published : Jul 5, 2020, 1:02 PM IST

ETV Bharat / bharat

ସୁସ୍ଥ ହେଉଛନ୍ତି ଆକ୍ରାନ୍ତ: ଦେଶରେ ଆରୋଗ୍ୟ ହାର 61 ପ୍ରତିଶତକୁ ବୃଦ୍ଧି

କୋରୋନା ଯୁଦ୍ଧରେ ସୁସ୍ଥତାଙ୍କ ସଂଖ୍ୟା ବଢିବା ଆତ୍ମବିଶ୍ବାସ ବଢାଉଛି । ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁୟାୟୀ ଦେଶରେ ସମୁଦାୟ 4 ଲକ୍ଷ 9 ହଜାର 83 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ କୋଭିଡ ଆରୋଗ୍ୟ ହାର ହାର 60.77 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ କୋରୋନା କବଳରୁ 14 ହଜାର 856 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । କୋରୋନା ସଂକ୍ରମଣ ରିପୋର୍ଟ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆରୋଗ୍ୟ ହାର ଆଶ୍ବସ୍ତି ଦେଉଛି । କୋରୋନା ଯୁଦ୍ଧରେ ସୁସ୍ଥତାଙ୍କ ସଂଖ୍ୟା ବଢିବା ଆତ୍ମବିଶ୍ବାସ ବଢାଉଛି । ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁୟାୟୀ ଦେଶରେ ସମୁଦାୟ 4 ଲକ୍ଷ 9 ହଜାର 83 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ କୋଭିଡ ଆରୋଗ୍ୟ ହାର ହାର 60.77 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ କୋରୋନା କବଳରୁ 14 ହଜାର 856 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

କୋରାନା ଆରୋଗ୍ୟ ହାର ଦୃଷ୍ଟିରୁ ଶ୍ରେଷ୍ଠ 6 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଚଣ୍ଡିଗଡ଼, ଲଦାଖ, ଉତ୍ତରାଖଣ୍ଡ, ଛତିଶଗଡ ଏବଂ ରାଜସ୍ଥାନ । ଯେଉଁଠି ସୁସ୍ଥତା ହାର 80 ପ୍ରତିଶତରୁ ଅଧିକ। କୋରୋନାଭାଇରସରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ଆଧାରରେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ରହିଛି ଏବଂ ପରେ ଦିଲ୍ଲୀ ଏବଂ ତାମିଲନାଡୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 24 ହଜାର 850 ନୂତନ ମାମଲା କୋଭିଡ -19 ର ରିପୋର୍ଟ ହୋଇଛି । ଫଳରେ ଦେଶରେ ମୋଟ ମାମଲା 6 ଲକ୍ଷ 73 ହଜାର 165ରେ ପହଞ୍ଚିଛି । ଦେଶରେ ମହାମାରୀରେ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ମାମଲା ।

ଏହାସହ ଦେଶରେ ଗୋଟିଏ ଦିନରେ ଦେଶରେ 613 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 19ହଜାର 268 ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ କୋରୋନା ମାମଲାର ସଂଖ୍ୟା 2 ଲକ୍ଷ 44 ହଜାର 814 ରହିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବ୍ରୋଟୋରୀ ଦ୍ବାରା ମୋଟ 2 ଲକ୍ଷ 48 ହଜାର 934 ପରୀକ୍ଷା କରାଯାଇଥିଲା । ଗୋଟିଏ ଦିନରେ ଲାବ୍ରୋଟୋରୀଗୁଡିକ ଦ୍ବାରା ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷଣ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶେ 97 ଲକ୍ଷ 89 ହଜାର 66 କୋରୋନା ଟେଷ୍ଟିଂ କରାଯାଇଛି ।

@AIR

ABOUT THE AUTHOR

...view details